ସର୍ପଘାତରେ ମାଇ ଛେଳି ମୃତ ଅଭିଯୋଗ

0
29
ସର୍ପଘାତରେ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୯/୫) : ମୁରିବାହାଲ ବ୍ଲକ ଅନ୍ତର୍ଗତ ମାଲିଶିରା ଗ୍ରାମ ପଞ୍ଚାୟତ ଅଧିନସ୍ତ ଚିକିନିବାହାଲି ଗ୍ରାମର ନିରୀହ ଆଦିବାସୀ ଜମି ହିନ, ଶ୍ରୀ କ୍ଷିତିପତି ଯାନିଙ୍କ ପରିବାର ପାଇଁ ଏହାଏକ ବଡ଼ ଦୁଃଖଦ ଘଟଣା ।

ସର୍ପଘାତରେ ମାଇ ଛେଳି ମୃତ ଅଭିଯୋଗ । ଜନମୁକ୍ତି ଅନୁଷ୍ଠାନ ଦ୍ଵାରା ପରିଚାଳିତ ଅଜିମ୍ ପ୍ରେମ୍ ଜି ଫାଉଣ୍ଡେସନ ତରଫରୁ ୨ଟି ମାଈ ପେଠି ଛେଳି ସହାୟତା ଦିଆଯାଇ ଥିଲା। ତାଙ୍କର ପରିବାର ର ଜୀବନ ଜୀବିକା କୁ ସୁଦୃଢ କରିବା ପାଇଁ ଭବିଷ୍ୟତ କୁ ସୁଧାର ଆଣିବା ଲାଗି ସହାୟତା କରାଯାଇ ଥିଲା। ଅତି ଯତ୍ନ ରେ ପାଳନ କରିଥିବା ଓ ଭବିଷ୍ୟତ ପାଇଁ ଜୀବନ ଜୀବିକା ର ଆଶା ସାଜିଥିବା ତାଙ୍କ ଅତି ପ୍ରିୟ ଛେଳି ର ସର୍ପାଘାତ କାରଣରୁ ଗତ ରାତିରେ ମୃତୁ ହୋଇଯାଇଥିବା ଅଭିଯୋଗ କରିଛନ୍ତି । ମାଁ ଛେଳି ପାଖରେ ତାହାର ଜନ୍ମିତ ୨ଟି ସାବକ ସହିତ ସୁକାକୁଲ କ୍ଷିତିପତି ଙ୍କ ପରିବାର ନିରାଶାରେ ଜୀବନ କାଟୁଛନ୍ତି ।

ନିକଟ ଅତୀତରେ ତାଙ୍କ ପରିବାର ର ଅବସ୍ଥା କୁ ଦେଖି ଗ୍ରାମ୍ୟ କମିଟି ଙ୍କ ସୁପାରିଶ ଓ ଅନୁରୋଧ କ୍ରମେ ଜୀବିକା ବିକାଶ ଲାଗି ସ୍ଥାନୀୟ ଜନମୁକ୍ତି ଅନୁଷ୍ଠାନ ଦ୍ଵାରା ତାଙ୍କ ପରିବାରଙ୍କୁ ଉତ୍କ ଛେଳି ପ୍ରଦାନ କରାଯାଇଥିଲା। କିନ୍ତୁ ସର୍ପାଘାତ ତାଙ୍କର ଆଶା କୁ କାଳ ସାଜିଲା । ଏହା ଏକ ଦୈବୀ ଦୁର୍ବିପାକ ଘଟଣା ହୋଇ ଥିବା ହେତୁ ସରକାରୀ ବିଭାଗ ତରଫରୁ କ୍ଷିତିପତି ଙ୍କ ପରିବାର ଙ୍କ ପାଇଁ କ୍ଷତି ପୂରଣ ଲାଗି ଜନମୁକ୍ତି ଅନୁଷ୍ଠାନ ଚେଷ୍ଟା ଜାରି ରଖିଥିବା ଜଣାପଡିଛି ।

Leave a Reply