ଆଦର୍ଶ ନିର୍ବାଚନ ଆଚରଣ ଵିଧି ଉଲଂଘନ ସୂଚନା “ସି -ଭିଜିଲ” ଆପ୍‌ରେ ଦେଇପାରିବେ ଜନସାଧାରଣ

0
21
ଆଦର୍ଶ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୯/୦୫) : ସାଧାରଣ ନିର୍ବାଚନ ୨୦୨୪ କୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ଭାରତ ନିର୍ବାଚନ କମିଶନର ଜାରି କରିଥିବା ସି-ଭିଜିଲ ଆପ୍ ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲାର ସଚେତନ ଭୋଟର ତଥା ଜନସାଧାରଣ ମଧ୍ୟ ନିର୍ବାଚନ ସମ୍ପର୍କିତ ଆଇନ ଉଲଂଘନ ପାଇଁ ଅଭିଯୋଗ କରି ପାରିବେ ବୋଲି ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜିଲ୍ଲାର ଉଭୟ ସୋନପୁର ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଯେ କୌଣସି ସ୍ଥାନରେ ଲାଗୁ ହୋଇଥିବା ଆଦର୍ଶ ନିର୍ବାଚନ ଆଚରଣ ବିଧି ର ଉଲଂଘନ ଯେପରି କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତିଙ୍କ ଦ୍ବାରା ମାଗଣା ଉପହାର ପ୍ରଦାନ, ଭୋଟ ପାଇଁ ଲାଞ୍ଚ ପ୍ରଦାନ, ଭୋଟରଙ୍କୁ ଆକୃଷ୍ଟ ପାଇଁ ନିଶା ଦ୍ରବ୍ୟ ବଣ୍ଟନ, ପ୍ରାର୍ଥୀଙ୍କ ପ୍ରଚାରରେ ନିୟୋଜିତ ହୋଇଥିବା ଲାଉଡ଼ ସ୍ପିକର ଅନୁମତି ଠାରୁ ଅଧିକ ଶବ୍ଦ କରିବା କିମ୍ବା ନିର୍ଦ୍ଧାରିତ ସମୟରୁ ଅଧିକ ବ୍ୟବହାର ହେବା କ୍ଷେତ୍ରରେ ସମ୍ପୃକ୍ତ ଅଞ୍ଚଳର ସାଧାରଣ ଭୋଟର, ତଥା ଜନସାଧାରଣ ନିଜ ମୋବାଇଲ ମାଧ୍ୟମରେ ସି -ଭିଜିଲ’ ଆପ୍‌ଡାଉନଲୋଡ କରି ସେହି ମାଧ୍ୟମରେ ଫଟୋ କିମ୍ବା ଭିଡିଓ କୁ ତୁରନ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟକୁ ପଠାଇ ପାରିବେ ।

ଏଥିରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ସମସ୍ତ ପରିଚୟକୁ ଅତ୍ୟନ୍ତ ଗୋପନ ରଖାଯାଇଥାଏ । ଜିଓ ଟ୍ୟାଗ୍ ମାଧ୍ୟମରେ ଏହି ଆପ୍ ପରିଚାଳିତ ହେଉଥିବାରୁ କୌଣସି ସ୍ଥାନରୁ ଅଭିଯୋଗ ମିଳିଲେ ତୁରନ୍ତ ଜିଲ୍ଲା ନିର୍ବାଚନ ବିଭାଗ ସେହି ଅଞ୍ଚଳକୁ ଠାବ କରିବାରେ ସକ୍ଷମ ହୋଇ ପାରିବେ ବୋଲି କୁହାଯାଇଛି । ତେବେ ମିଳିଥୁବା ଅଭିଯୋଗ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ୧୦୦ ମିନିଟ ମଧ୍ୟରେ ସମାଧାନ କରାଯିବାର ବ୍ୟବସ୍ଥା ରହିଛି । ଏପରିକି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟକୁ ସୂଚନା ଯିବାର ବ୍ୟବସ୍ଥା କରାଯାଇଛି ।

ଆଜି ପର୍ଯ୍ୟନ୍ତ ଏହି ସି -ଭିଜିଲ” ଆପ ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲାରେ ଅନେକ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ଦେୟ ମୁକ୍ତ କଲ ସେଣ୍ଟର ୧୯୫୦ ମାଧ୍ୟମରେ ମଧ୍ୟ ମିଳିଥିବା ଅଭିଯୋଗ ଗ୍ରହଣ କରାଯାଇ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରାଯାଇ ଥିବା ସୂଚନା ରହିଛି । ତେଣୁ ଜିଲାର ସମସ୍ତ ଭୋଟର ତଥା ଜନସାଧାରଣ ବିନା ଭୟରେ ଏହି ‘ସି -ଭିଜିଲ’ ଆପ୍ ଓ ଦେୟ ମୁକ୍ତ କଲ ନଂ ବ୍ୟବହାର କରି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲଂଘନ ସମ୍ପର୍କରେ ସୂଚନା ଦେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅନ୍ୟା ଦାସ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Leave a Reply