ମହିଳା ଙ୍କ ଅସ୍ବାଭାବିକ ମୃତ୍ୟୁ,କାରଣ ଅସ୍ପଷ୍ଟ

0
19
ମହିଳା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୯/୦୫) : ବଲାଙ୍ଗୀର ଜିଲ୍ଲା ଅଧୀନସ୍ଥ ଡେଡଗାଁ ଗ୍ରାମର ଜଣେ କାନ୍ତି ପୁଞ୍ଜି ନାମ୍ନୀ ୩୦ ବର୍ଷୀୟ ମହିଳା ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ପ୍ରକାଶ ଯେ,ମୃତ √କାନ୍ତି ସକାଳୁ ସ୍ଵାଭାବିକ ଭାବେ ଉଠି ନିକଟସ୍ତ ପୋଖରୀକୁ ଗାଧେଇ ଯାଇ ଘରକୁ ଫେରି ଥିଲେ ଓ ତାଙ୍କ ବାନ୍ତି ହୋଇ ହଠାତ୍ ଗୁରୁତର ହୋଇ ଯାଇଥିବାରୁ ତାଙ୍କୁ ପରିବାର ଲୋକେ ସିନ୍ଧେକେଲା ଡାକ୍ତରଖାନା ନେଇ ପହଞ୍ଚେଇଥିଲେ । ହେଲେ ଡାକ୍ତର ତାଙ୍କ ଅବସ୍ଥା ଗୁରୁତର ଥିବା କହି ଟିଟିଲାଗଡ଼ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଥିଲେ । ଟିଟିଲାଗଡ ଡାକ୍ତରଖାନା ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏ ନେଇ ଟିଟିଲାଗଡ ପୋଲିସ କୁ ସୂଚନା ଦିଆ ଯାଇ ଥିବା ବେଳେ ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ସୂଚନାନୁଜାୟୀ ମୃତ କାନ୍ତିଙ୍କ ସ୍ବାମୀ ବିଦ୍ୟାଧର ପୁଞ୍ଜି ବମ୍ବେକୁ ଦାଦନ ଶ୍ରମିକ ଭାବେ ଯାଇଛନ୍ତି ଓ ତାଙ୍କର ଗୋଟିଏ ୧୨ ବର୍ଷ ର ପୁଅ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।

Leave a Reply