ଆଳିରେ ବିଜେପିର ବିରାଟ୍ ରୋଡ୍ ସୋ

0
22
ଆଳିରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡ଼ା, (୧୦/୦୫) : କେନ୍ଦ୍ରାପଡା ଆଳିରେ ବିଜେପିର ବିରାଟ୍ ରୋଡ୍ ସୋ । କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ବିଶାଳ ବାଇକ ଶୋଭାଯାତ୍ରା କରି ଆଜି ଭୋଟ୍ ଭିକ୍ଷା କରିଛନ୍ତି ।

ଏହି ଶୋଭାଯାତ୍ରା ସିଙ୍ଗିରି ପଞ୍ଚାୟତରୁ ବାହାରି ସିଦ୍ଧବାଲିରେ ପହଞ୍ଚିଥିଲା । ଅଙ୍ଗାରକ୍ଷ, ମହନପୁର, ବାଟିପଡ଼ା, ଠାକୁରସାହି, ସାନମଙ୍ଗ, ପାଞ୍ଚକପଡ଼ା, କୁଳସାହି, ରାଇଁଲୋ ଆଦି ୬ଟି ପଞ୍ଚାୟତର ୧୭ କିଲୋମିଟର ଯାଏଁ କରାଯାଇଥିଲା ଶୋଭାଯାତ୍ରା । ଏହି ରୋଡ୍ ସୋ’ରେ ବହୁ ସମର୍ଥକ, କର୍ମୀ ଓ ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇଥିଲେ। ରୋଡ ସୋ ପରେ କେନ୍ଦ୍ରାପଡ଼ା ଆଳି ସିଙ୍ଗିରିରେ ଆୟୋଜିତ ହୋଇଥିଲା ବିଜେପିର ମିଶ୍ରଣ ପର୍ବ । କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଅନ୍ୟଦଳ ଛାଡ଼ି ଶତାଧିକ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

Leave a Reply