ଆମ୍ବୁଲାନ୍ସ ଆସିପାରିଲାନି ଗାଁକୁ, ୨କି.ମି ବୋହିଲେ ରୋଗୀକୁ

0
15
ଆମ୍ବୁଲାନ୍ସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେଓଗଡ, (୧୦/୦୫) : ଗାଁ’କୁ ଅସିପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଦେଓଗଡ ଜିଲ୍ଲା ବାରକୋଟ ବ୍ଲକ ଗାଡ଼ିଆ ଗ୍ରାମରେ ।

ଗାଡ଼ିଆ ଗାଁ’ର ଗୋପୀନାଥ ପ୍ରଧାନ (୬୦) ଗତକାଲି ରାତିରେ ନିଜ ଘର ଛାତ ଉପରେ ଶୋଇଥିଲେ । ନିଦ ବାଉଳାରେ ଛାତ ଉପରୁ ତଳକୁ ପଡ଼ି ଗୁରୁତର ଆହାତ ହୋଇ ଯାଇଥିଲେ । ଗୁରୁତର ଅବସ୍ତାରେ ପରିବାର ଲୋକ ଗୋପୀନାଥଙ୍କୁ ଉଦ୍ଧାର କରିଥିଲେ । ଗାଡ଼ିଆ ଗାଁ’ରେ ମୋବାଇ ସେବା ପହଞ୍ଚି ନଥିବାରୁ ରାତିରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ହୋଇନଥିଲା । ଆଉ ଜଙ୍ଗଲ ରାସ୍ଥାରେ ଗାଁ’ରୁ ଡାକ୍ତରଖାନା ଆଣିବାବି ସମ୍ଭବ ନଥିଲା।ସକାଳେ ହେବା ମାତ୍ରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ପରିବାର ଲୋକ । ଆମ୍ବୁଲାନ୍ସ ଠିକ୍‌ ସମୟରେ ଆସି ଯାଇଥିଲା ହେଲା ଗାଁ’କୁ ରାସ୍ତା ନଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରିନଥିଲା । ୨ କିଲୋମିଟର ଦୂରରେ ଜଙ୍ଗଲ ଭିତରେ ଆମ୍ବୁଲାନ୍ସ ଅଟକି ଯାଇଥିଲା ।

ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ପରିବାର ଲୋକ ଗୋପୀନାଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ବୋହି ନେଇଥିଲେ । ଜଙ୍ଗଲ ପାହାଡ଼ ରାସ୍ତା ଅତିକ୍ରମ କରି ବହୁ କଷ୍ଟରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ ବାରକୋଟ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ଗୋପୀନାଥ ଅଧିକ ଗୁରୁତର ହେବାରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଏବେ ସେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Leave a Reply