ନିଶାକୁ ବିରୋଧ କଲେ ଯୁବତୀ, ପରିବାରକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ନିଶାଡ଼ି

0
67
ନିଶା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୦/୦୫) : ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କୁ ଦୁର୍ବ୍ୟବହାର । ନିଶାଡ଼ିଙ୍କୁ ବିରୋଧ କରିବାରୁ ନାରକୀୟ କାଣ୍ଡ। ଘରେ ପଶି ହାଣିଲେ । ଗୋଡ଼େଇ ଗୋଡ଼େଇ ପରିବାର ଲୋକଙ୍କୁ ଆକ୍ରମଣ କଲେ ।

ସେତିକିରି ରାଗ ଶାନ୍ତ ହେଲାନି ପଥରରେ ଛେଚି ଗାଡ଼ି ଭାଙ୍ଗି ଦେଲେ । ଏଭଳି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରର ମୈତ୍ରୀବିହାର ଥାନା ଅଞ୍ଚଳରୁ । ଏ ନେଇ ମୈତ୍ରିବିହାର ଥାନାରେ ଅଭିଯୋଗ ହେବା ପରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଯୁବତୀଙ୍କ ଅଭିଯୋଗ ଅନୁସାରେ ଅଫିସ ସାରି ମୈତ୍ରୀବିହାର ଥାନା ସ୍ଥିତ ସାଲିଆସାହିରେ ଥିବା ଘରକୁକୁ ଫେରୁଥିଲେ ଯୁବତୀ ।

ହଠାଥ ଦେଖିବାକୁ ପାଇଲେ ୬ ରୁ ୭ ଜଣ ଅସାମାଜିକ ଯୁବକ ତାଙ୍କ ଘର ନିକଟରେ ବ୍ରାଉନସୁଗର ଖାଉଥିଲେ । ନିଶା ଖାଉଥିବା ସମୟରେ ଯୁବତୀ ଜଣଙ୍କ ବିରୋଧ କରିବାରୁ ହଠାଥ ଉତ୍ୟକ୍ତ ଯୁବକ ଘରେ ପଶି ଭଙ୍ଗାରୁଜା କରିବା ସହ ପରିବାର ସଦସ୍ୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସେତିକିରେ ରାଗ ଶାନ୍ତ ନହେବାରୁ ବୁଲେଟ ଗାଡ଼ିକୁ ପଥରରେ ଛେଚି ଚୁରମାର କରିଦେଇଥିଲେ ।

 

Leave a Reply