Friday, March 29, 2024

Top 5 This Week

Related Posts

କପିଳାସ ପୀଠର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମନ୍ତେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୨୭/୦୯) : ଗତ ୨୫.୦୯.୨୦୨୧ ଅପରାହ୍ନ ଘ.୪.୩୦ ମିନିଟ୍ ସମୟରେ ଜିଲ୍ଲାପାଳ, ଢେଙ୍କାନାଳଙ୍କ ଅଧ୍ୟକ୍ଷତାରେ କପିଳାସ ପୀଠର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମନ୍ତେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।

କପିଳାସ ଓ ସପ୍ତଶଯ୍ୟ। ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ କପିଳାସ ପୀଠର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମନ୍ତେ ଭକ୍ତ ଓ ପର୍ଯ୍ୟଟକ ମାନଙ୍କର ସୁବିଧା ନିମନ୍ତେ ସର୍ବନିମ୍ନ ବ୍ୟବସ୍ଥା ଯଥା ଶୌଚାଳୟ ନିର୍ମାଣ , ବିଦ୍ୟୁତ ସଂଯୋଗ, ଝରଣାକୁ ଆକର୍ଷଣୀୟ କରିବା, ରାସ୍ତା ନିର୍ମାଣ କରିବା, କପିଳାସ ପୀଠକୁ ପଲିଥିନ ମୁକ୍ତ କରିବା, ଆବଶ୍ୟକୀୟ ସିକ୍ୟୁରିଟି ଯୋଗାଇବା, ପୂର୍ତ୍ତ ବିଭାଗ ଡାକବଙ୍ଗଳାକୁ ସଂପ୍ରସାରଣ କରିବା, ଠାକୁରଙ୍କ ଜମିକୁ ଜବର ଦଖଲ ମୁକ୍ତ କରିବା, ବି.ଏସ.ଏନ.ଏଲ ଟାୱାର ବସାଇବା, ଶିବ ସାଗର ପୋଖରୀର ପୁନରୁଦ୍ଧାର କରିବା, ଶ୍ରୀ ଜୀଉଙ୍କ ନୀତି ନିଯୋଗର ମାନ ବୃଦ୍ଧି କରିବା, ପାର୍ବତି ଠାକୁରାଣୀଙ୍କ ମନ୍ଦିର ସାମନା ଛାତ ମରାମତି କରିବା ଇତ୍ୟାଦି ବିଷୟରେ ଉପସ୍ଥିତ ଅଧିକାରୀମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଆରମ୍ଭ କରାଯାଇ ଶେଷ ହେବା ନିମନ୍ତେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନଙ୍କର ସାମୁହିକ ଉଦ୍ୟମରେ ଏହି ଦୁଇ ସ୍ଥାନର ଉନ୍ନତି ସମ୍ଭବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । କାର୍ଯ୍ୟର ପ୍ରଗତି ସମ୍ବନ୍ଧରେ ପ୍ରତି ଦୁଇ ମାସରେ ଥରେ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ବନଖଣ୍ଡ ଅଧୁକାରୀ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ-ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ତଥା ନିର୍ବାହୀ ଅଧିକାରୀ, ଦେବୋତ୍ତର, ନିର୍ବାହୀଯନ୍ତ୍ରୀ- ପୂର୍ଭ ଓ ଗୃହ ନିର୍ମାଣ ବିଭାଗ, ନିର୍ବାହୀଯନ୍ତ୍ରୀ- ଜଳ ଓ ପରିମଳ ବିଭାଗ, ନିର୍ବାହୀଯନ୍ତ୍ରୀ ବିଦ୍ୟୁତ ବିଭାଗ, ଉପ – ଜିଲ୍ଲାପାଳ, ଢେଙ୍କାନାଳା / କାମାକ୍ଷାନଗର , ବି.ଡି.ଓ, ଗଁଦିଆ , ତହସିଲଦାର ଗଁଦିଆ , ଭାରପ୍ରାପ୍ତ ଅଧିକାରୀ , ଗଦିଆ ଥାନା , ମନ୍ଦିରର ସେବକ ଓ କର୍ମଚାରୀଙ୍କ ସହ ଦେବୋତ୍ତର ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବୈଠକ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles