କୋଭିଡ ମୃତକଙ୍କ ପରିବାରକୁ ମିଳିବ ୫୦,୦୦୦ ଟଙ୍କା : ସୁପ୍ରିମକୋର୍ଟ

0
243

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୨୮/୦୯) : ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାଇ କୋଭିଡ ସଂକ୍ରମଣର ଏକମାସ ମଧ୍ୟରେ କୋଭିଡ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବ ୫୦,୦୦୦ ଟଙ୍କା | ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ପାଳନ କରିବେ ସମସ୍ତ ରାଜ୍ୟ ସରକାର |

ଏହି ନିୟମକୁ କାର୍ଯ୍ୟକାରି କରିବା ପାଇଁ ରାଜ୍ୟସରକାର ଏକ ସ୍ୱତନ୍ତ୍ର ଏସ ଓ ପି ଜାରି କରିଛନ୍ତି | ନିୟମ ଅନୁସାରେ ରାଜ୍ୟରେ କୋଭିଡ ମୃତକଙ୍କ ପୁନଃ ଅଡିଟ କରିବା ପାଇଁ ଜିଲ୍ଲା ସ୍ତରରେ କମିଟି ଗଠନ ଲାଗି ନିର୍ଦ୍ଦେଶ ମିଳିଛି | ଏହି କ୍ରାଇଟିରିଆ ଭିତରେ ଯେଉଁ ମାନେ ଅଛନ୍ତି ସେମାନେ ଆବେଦନ କରିପାରିବେ ବୋଲି ଡ଼ିଏମଇଟି ସେବିକା କହିଛନ୍ତି |