ପୁରୁଣାକଟକ ବନ ବିଭାଗ ପକ୍ଷ ରୁ ଚାରା ରୋପଣ

0
189

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୨୮/୦୯) : ହରଭଙ୍ଗା ବ୍ଲକ ପୁରୁଣାକଟକ ବନ ବିଭାଗ ପକ୍ଷ ରୁ ହରଭଙ୍ଗା ଫରେଷ୍ଟ ସେକସନ ର ବୁଲୁରା ବିଟ୍ ଅଧିନ ରେ ମଲ୍ଲିକ ପଡ଼ା ଠାରୁ ସଦଲଗଣ୍ଡା ପର୍ଯ୍ୟନ୍ତ ଜଗନ୍ନାଥ ସଡ଼କରେ ପଥ ପାର୍ଶ୍ୱ ଚାରା ରୋପଣ କାଯ୍ୟ ଅନୁଷ୍ଠିତ ହୋଇଛି ।

ପୁରୁଣାକଟକ ବନ ବିଭାଗ ପକ୍ଷ ରୁ ମନରେଗା ଯୋଜନା ରେ ଚାରା ରୋପଣ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷ ରେ ଏହି ରାସ୍ତା ରେ ୨ ହଜାର ଗୋଟି ଚାରା ରୋପଣ କରାଯିବ ବୋଲି ହରଭଙ୍ଗା ବନ ପାଳ ବିଜୟ ନନ୍ଦ ସାହୁ ପ୍ରକାଶ କରିଛନ୍ତି । ନିମ୍ବ, ଶିଶୁ, କରଞ୍ଜ, ଅର୍ଜୁନ ଆଦି ଚାରା ବୃକ୍ଷାପଣ ହେବ । ଏହି କାର୍ଯ୍ୟକ୍ରମ ରେ ରେଞ୍ଜର ନିହାର ମଲ୍ଲିକ, ବନ ପାଳ ବିଜୟନନ୍ଦ ସାହୁ, ଗାର୍ଡ଼ ଆଶିଷ ମେହେର, ଶିବ ସେଠୀ ,ଶିଲୁ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।