ବଲାଙ୍ଗୀର ଜିଲ୍ଲାରେ ପ୍ରଥମ ମହିଳା ସାମ୍ବାଦିକା ଭାବେ ପରିଚିତ ଉତ୍ତମା ନାଏକ ଙ୍କ ପରଲୋକ

0
170

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୮/୦୯) : ବଲାଙ୍ଗୀର ଜିଲ୍ଲାରେ ପ୍ରଥମ ମହିଳା ସାମ୍ବାଦିକ ଭାବେ ବେଶ ପରିଚିତ ଥିବା ସହ ଅନେକ ରାଜ୍ୟ ସ୍ତରୀୟ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ସମ୍ମାନିତ ହୋଇ ଆସିଛନ୍ତି ।

ପ୍ରଗତିବାଦୀ ତଥା ଅନ୍ୟ ଖବର କାଗଜ ରେ ନିଜେ ବେଶ ସକ୍ରିୟ ରହି ସୁନାମ ଅର୍ଜନ କରିଥିବା ବେଳେ ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକା √ଶ୍ରୀମତୀ ଉତ୍ତମା ନାଏକଙ୍କ କଟକ ର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଥିବା ଜଣାଯାଇଛି । ବଲାଙ୍ଗୀର ଜିଲ୍ଲାରେ ପ୍ରଥମ ମହିଳା ସାମ୍ବାଦିକା ଭାବେ ସେ ବେଶ୍‌ ଜଣାଶୁଣା ଥିବା ବେଳେ ସାମ୍ବାଦିକତା କ୍ଷେତ୍ରରେ ମହିଳା ମାନଙ୍କ ଯୋଗଦାନ ଅତ୍ୟନ୍ତ ନଗଣ୍ୟ ଥିଲା, ସେହି ସମୟରେ ଜଣେ ସାମ୍ବାଦିକା ଭାବେ ସାମ୍ବାଦିକତା କ୍ଷେତ୍ରକୁ ଓହ୍ଲାଇ ସେ ଅନ୍ୟ ମାନଙ୍କ ପାଇଁ ଉତ୍ସାହର ଉତ୍ସ ସୃଷ୍ଟି କରିଥିଲେ ।

ତାଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କୁ ବଲାଙ୍ଗୀର ଜିଲ୍ଲାର ସାମ୍ବାଦିକ ମାନଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।