ସାତ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ଜିଲ୍ଲା କୃଷି ଅଧିକାରୀ

0
144

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୮/୦୯) : ସାତ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବଲାଙ୍ଗୀର ଜିଲ୍ଲା କୃଷି ଜିଲ୍ଲା ଅଧିକାରୀ ହିମାଂଶୁ ଶେଖର ପାଢ଼ୀ । ପିଓଏସ ମେସିନ ନବୀକରଣ ପାଇଁ ଜଣେ ଲାଇସନ୍ସପ୍ରାପ୍ତ ସାର ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସର ଅଧିକାରୀମାନେ ତାଙ୍କୁ କାବୁ କରିଛନ୍ତି ।

WhatsApp Image 2021 09 29 at 7.18.33 AM ସାତ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ଜିଲ୍ଲା କୃଷି ଅଧିକାରୀWhatsApp Image 2021 09 29 at 7.18.32 AM ସାତ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ଜିଲ୍ଲା କୃଷି ଅଧିକାରୀ

ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପାଢ଼ୀ ପିଓଏସ ମେସିନ କରାଇ ଦେବା ପାଇଁ ଗାଁର ସାର ଦୋକାନୀ ଦୁର୍ଯ୍ୟୋଧନ ବାରିକଙ୍କ ଠାରୁ ସାତ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଲେ ଭିଜିଲାନସ ହାତରେ ଧରାପଡ଼ିଛନ୍ତି । ଦୁର୍ଯ୍ୟୋଧନଙ୍କର ଏକ ସାର ଦୋକାନ କରିଥିବା ବେଳେ ସାର ବିକ୍ରି କରିବା ପାଇଁ ମାଗଣାରେ ପିଓଏସ ମେସିନ ପାଇବା କଥା । କିନ୍ତୁ ମାଗଣା ମେସିନ ଦେବା ପାଇଁ ବଲାଙ୍ଗୀର କୃଷି ଜିଲ୍ଲା ଅଧିକାରୀ ପାଢ଼ୀ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ସାର ଦୋକାନୀ ଏନେଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ନିଜ ଅଫିସରେ କୃଷି ଜିଲ୍ଲା ଅଧିକାରୀ ପାଢୀ, ସାର ଦୋକାନୀଙ୍କ ଠାରୁ କେମିକାଲ ମିଶା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରି କାବୁ କରିଥିଲା । ପରେ ପାଢୀ ରହୁଥିବା ହାତୀଶାଳପଡା ଭଡ଼ାଘରକୁ ଯାଇ ଭିଜିଲାନ୍ସ ଖାନତଲାସି କରିଥିଲା ।

ଭିଜିଲାନ୍ସ କୃଷି ଜିଲ୍ଲା ଅଧିକାରୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ସେପଟେ ସବୁ ତଥ୍ୟ ପ୍ରମାଣ ଥିଲେ ମଧ୍ୟ ଲାଞ୍ଚ ନେବା କଥାକୁ ଅସ୍ୱୀକାର କରିଛନ୍ତି ହିମାଂଶୁ ଶେଖର ପାଢୀ ।