ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜ ର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

0
132

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୨୮/୦୯) : ଆଜି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜ ର ଛାତ୍ରଛାତ୍ରୀ ଏବଂ ଅଞ୍ଚଳ ବାସୀ କଲେଜରେ ବିଭିନ୍ନ ସମସ୍ୟା ନେଇ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କୁ ଭେଟିବା ସହ ଏଥି ପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଥିଲେ ।

ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜରେ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ରାସ୍ତା, ସାଇକେଲ ଷ୍ଟାଣ୍ଡ, ଅକ୍ୱାଗାର୍ଡ ବ୍ୟବସ୍ଥା, ଶ୍ରେଣୀ କକ୍ଷରେ ଫ୍ୟାନ ବ୍ୟବସ୍ଥା ଆଦି ସମସ୍ୟା ନେଇ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଆଗରେ ଉପସ୍ଥାପନ କରିଥିଲେ । ଏଥି ସହ କିଛି ଅସାମାଜିକ ବ୍ୟକ୍ତି ଙ୍କର କଲେଜ ମଧ୍ୟରେ ଅନାଧିକାର ପ୍ରବେଶ କୁ ଦୃଢ଼ ବିରୋଧ କରିବା ସହ ଏଥି ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଢେଙ୍କାନାଳ ସୁରକ୍ଷା ସମିତି ର ଆବାହକ ପ୍ରିୟବ୍ରତ ପଟ୍ଟନାୟକ ଏକ ଦାବିପତ୍ର ପ୍ରଦାନ କରିଥିଲେ ।