ବଜ୍ରପାତ ସଂସ୍ପର୍ଶ ରେ ଆସି ଦୁଇଟି ବଳଦ ମୃତ : ପ୍ରାଣୀଧନ ନିରୀକ୍ଷକଙ୍କ ବଞ୍ଚାଇବା ଉଦ୍ୟମ ବିଫଳ

0
248

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, ବୌଦ୍ଧ, (୨୯/୦୯) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ ମସିଣା ଗୋରା ଗ୍ରାମ ରେ ବଜ୍ରପାତ ସଂସ୍ପର୍ଶ ରେ ଆସି ଆଜି ଅପରାହ୍ନ ସମୟରେ ୨ ଟି ବଳଦ ଙ୍କ ମୃତ୍ୟୁ ହୋଇଥିବାର ଜଣା ପଡିଛି |

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ ର ମସିଣା ଗୋରା ଗ୍ରାମ ର ଚରଣ ଦେହରିଆ ଏକ ଗଛ ମୂଳରେ ତାଙ୍କ ଦୁଇଟି ବଳଦ କୁ ବାନ୍ଧି ଦେଇ ପାଖ ବିଲରେ ଘାସ କାଟୁଥିଲେ | ଆଜି ଅପରାହ୍ନ ୨ ଟା ସମୟରେ ହଠାତ ଘଡଘଡି ସହ ବର୍ଷା ହୋଇଥିଲା | ବଜ୍ରପାତ ସଂସ୍ପର୍ଶ ରେ ଆସି ବଳଦ ଦୁଇଟି ଗୁରୁତର ଆହତ ହୋଇଥିଲେ | ଖବର ପାଇ ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ରାଧାଚରଣ ବସ୍ତିଆ ଘଟଣା ସ୍ଥଳରେ ପହଞ୍ଚି ଥିଲେ | ସେ ଆପ୍ରାଣ ଚିକିତ୍ସା କରିଥିଲେ ମଧ୍ୟ ବଳଦ ଦୁଇଟି କୁ ବଞ୍ଚାଇ ପାରି ନ ଥିଲେ |