ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ପୁରସ୍କୃତ ପ୍ରତିଯୋଗୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା

0
189

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୯/୦୯) : ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସୋମବାର ସମ୍ବର୍ଦ୍ଧିତ କରିଛନ୍ତି ।

ସୂଚନା ଯୋଗ୍ୟ ଯେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ଖଲିଆବଗିଚା ସାହିର ସୁନିତା ସାହୁ, ପୂର୍ଣ୍ଣତୋୟା ବେହେରା, ନନ୍ଦିନୀ ଦଳବେହେରା, ମନୋଜ ବେହେରା, ମନୋଜ କଅଁର, ହିତେଶ ମାହାଣା, ସୁବ୍ରତ ଦଳବେହେରା, ପୁର୍ଣିମା ନାୟକ (ଦିବ୍ୟାଙ୍ଗ), ରବିନାରାୟଣ ବେହେରା, ନୁଆସାହିର ପୃଥ୍ୱୀରାଜ ରାଉତ ଏବଂ ବାବୁସାହିର ରାଜା ବେହେରା ପ୍ରମୁଖ ଭାଗନେଇ କୃତିତ୍ୱ ହାସଲ କରି ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ପାଇଛନ୍ତି ।

ପ୍ରତିଯୋଗୀ ମାନେ ପ୍ରତିଯୋଗିତାରେ ଭାଗନେବା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ଚଳିତ ମାସ ୨୪ ତାରିଖରେ ଭୁବନେଶ୍ୱରକୁ ଯାଇଥିଲେ । ୨୫ ତାରିଖରେ ଜୁନିଅର ସ୍ତରୀୟ ଏବଂ ୨୬ ତାରିଖରେ ସିନିଅର ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସେମାନେ ବିଭିନ୍ନ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛନ୍ତି । ପ୍ରତିଯୋଗିତାରେ ପୂର୍ଣ୍ଣିମା ନାୟକ (ଦିବ୍ୟାଙ୍ଗ) ସ୍ୱର୍ଣ୍ଣ ପଦକ ଲାଭକରି ଜିଲ୍ଲାପାଇଁ ଗୌରବ ଅର୍ଜନ କରିଛନ୍ତି ।

ସେମାନେ ରବିବାର ଭୁବନେଶ୍ୱର ରୁ ବାହାରି ସୋମବାର ବୌଦ୍ଧରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଜିଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କ ସହିତ କୋଚ ରବିନାରାୟଣ ବେହେରା, ଅମ୍ବ୍ରିତା ବନଛୋର, ନିମେଇଁ ବାଗ, ମହିଳା କୋଚ ଦ୍ରୌପଦୀ ରାଉତ ଏବଂ ଲିଡର ରବିନାରାୟଣ ରାଉତ ଉପସ୍ଥିତ ଥିଲେ । ଜିଲ୍ଲା ସ୍ତରରେ ସମ୍ବର୍ଦ୍ଧିତ ହେବା ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ର, ଆର୍କିଟେକଚର ସୁମନ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।