ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲାକୁ ସଫଳତା : ୪ ସ୍ୱର୍ଣ୍ଣ,୬ ରୋପ୍ୟ,୪ କାଂସ୍ୟ ପଦକ

0
181

ରିପୋର୍ଟ  : ଧ୍ରୁବରାଜ ମିଶ୍ର //
ସୋନପୁର,(୨୯/୯) : ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ଏକାଡେମୀକୁ ମିଳିଳା ବଡ ସଫଳତା । ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ହାତେଇଲା ୪ ସ୍ୱର୍ଣ୍ଣ, ୬ ରୋପ୍ୟ ସହ ୪ କାଂସ୍ୟ ପଦକ ।

କଲିକତାର ଗୁଲମୋହର ଷ୍ଟାଡିଅମରେ ଅନୁଷ୍ଠିତ ଦୁଇ ଦିନିଆଁ ପ୍ରଥମ ପ୍ରୋଗ୍ରେସିଭ କପ ଓପନ ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ଏକାଡେମୀର ୧୭ ପ୍ରତିଯୋଗୀ ଅଂଶଗ୍ରହଣ କରି ଏହି ମେଡାଲ ହାତେଇଛନ୍ତି । ଏହା ସହ କୋଚ ଏହେସାସ ହୋତାଙ୍କୁ ଶ୍ରେଷ୍ଠ କୋଚ ଭାବେ ମଧ୍ୟ ପୁରସ୍କୃତ କରାଯାଇଛି । ଟିମ ମେନେଜର ରବୀନ୍ଦ୍ର ହୋତାଙ୍କ ନେୃତ୍ୱରେ ଏହି ଟିମ୍ ଯାଇଥିବାବେଳେ ସ୍ୱର୍ଣ୍ଣପଦକ ବିଜେତାମାନେ ହେଲେ ମୁକେଶ କୁମାର ପଣ୍ଡା,ଅନ୍ୱେଶ ହୋତା,ବିଶ୍ୱରଂଜନ ସାହୁ,ହର୍ଷିତା ନାୟକ, ସେହିପରି ରୋପ୍ୟ ବିଜେତା ମାନେ ହେଲେ – ମନିଷ ମାହାନ୍ତୀ,ବିଶ୍ୱଜିତ ଡାଂଗ,ବାବୁଲ କର୍ଣ୍ଣ,ପ୍ରାଚୀ ପରିମିତା ସାହୁ,ଚିନ୍ମୟ ପ୍ରସାଦ ମେହେର,ପ୍ରୀୟଦର୍ଶନି କର, କାଂସ୍ୟ ବିଜେତା ମାନେ ହେଲେ – ଅର୍ପିତ ମହାକୁଲ,ସୁରଜ ପଟ୍ଟନାୟକ,ଦେବାଶିଷ ନାୟକ ଏବଂ ଆନଭି ଅଗ୍ରୱାଲ ।

ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ଏହି ସଫଳତା ପରେ ଓଡିଶା ତାଇକଣ୍ଡୋ ସଂଘ ସଂପାଦକ ମନମୋହନ ଭଂଜଙ୍କ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।