ଜନ ସଂଗଠନ ଏକତା ପରିଷଦ ତରଫରୁ ମୁନିଗୁଡାରେ ନ୍ୟାୟ ଓ ଶାନ୍ତି ପଦଯାତ୍ରା ଉଦଯାପିତ

0
227

ରିପୋର୍ଟ : ନରୋତ୍ତମ ପାଢ଼ୀ //
ମୁନିଗୁଡା,(୨/୧୦) : ଗତମାସ ୨୧ ତାରିଖ ବିଶ୍ୱ ଶାନ୍ତି ଦିବସରୁ ଏକତା ପରିଷଦର ରାଷ୍ଟ୍ରୀୟ ଅଧକ୍ଷ ପି.ଭି.ରାଜଗୋପାଳଙ୍କ ଆହ୍ୱାନ କ୍ରମେ ମୁନିଗୁଡା ବ୍ଲକ ନିଆଳି ଠାରୁ ଜନ ସଂଗଠନ ଏକତା ପରିଷଦ ତରଫରୁ ଆରମ୍ଭ ହୋଇଥିବା ନ୍ୟାୟ ଓ ଶାନ୍ତି ପଦଯାତ୍ରା ଶନିବାର ମୁନିଗୁଡା ଠାରେ ଉଦଯାପିତ ହୋଇଯାଇଛି leb55b4ed f890 47ee 82b6 c296d04f8f3d ଜନ ସଂଗଠନ ଏକତା ପରିଷଦ ତରଫରୁ ମୁନିଗୁଡାରେ ନ୍ୟାୟ ଓ ଶାନ୍ତି ପଦଯାତ୍ରା ଉଦଯାପିତ

ଏହି ଅବସରରେ ଏକତା ପରିଷଦର ରାଜ୍ୟ କମିଟି ସଦସ୍ୟ ଜଗନ୍ନାଥ ନୁନ୍ଦ୍ରୁକାଙ୍କ ନେତୃତ୍ୱରେ ଜନ ସଂଗଠନ ଏକତା ପରିଷଦ ସଂଗଠନର ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା ସ୍ଥାନୀୟ ମୁନିଖୋଲସ୍ଥିତ ଭାସବୀ କନିକା ପରମେଶ୍ୱରୀ ମନ୍ଦିର ପରିସରରୁ ଏକ ସଭାଯାତ୍ରାରେ ବାହାରି ସହର ପରିକ୍ରମ କରି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପହଁଞ୍ଚି ଥିଲେ l ପରେ ମଣ୍ଡପ ଠାରେ ପଦଯାତ୍ରାର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ବୁଝାଇବା ସହ ଗ୍ରାମାଞ୍ଚଳରେ ଲୋକେ ସଚେତିତ ଓ ସାଙ୍ଗଠିତ ହୋଇ ସମ୍ବିଧାନିକ ଅଧିକାର ହାସଲ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା l

ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଭ୍ୟ ରବି ନୁନ୍ଦ୍ରୁକା,ପୂର୍ବତନ ସରପଞ୍ଚ ସୁନ୍ଦର ସିକକା,ସମାଜସେବୀ ଗୌରାଙ୍ଗ ଚରଣ ରାଉତଙ୍କ ସମେତ ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ l ଶେଷରେ ପ୍ରକାଶ କର୍ସିକା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l