ହିନ୍ଦୋଳ ବ୍ଲକ ଶାଖା ସଚେତନ ନାଗରିକ ଫୋରମ ତରଫରୁ ଛୋଟ ଛୋଟ ପିଲାଙ୍କୁ ଇଂରାଜୀ କିଟ ବଣ୍ଟନ

0
166

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୮/୧୦) : ହିନ୍ଦୋଳ ବ୍ଲକ ଶାଖା ସଚେତନ ନାଗରିକ ଫୋରମ ତରଫ ରୁ ଛୋଟ ଛୋଟ ପିଲାଙ୍କୁ ଇଂରାଜୀ କିଟ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଇ ବିଧାୟିକା ସୀମାରାଣୀ କହିଲେ ଶିକ୍ଷା ଦ୍ୱାରା ମନୁଷ୍ୟର ନିର୍ମାଣ ହୋଇଥାଏ ଏବଂ ମାଁ ମାନେ ଏହି କାର୍ଯ୍ୟ ସୁଚାରୁରୂପେ ତୁଲାଇଥାନ୍ତି ।WhatsApp Image 2021 10 09 at 10.27.29 AM ହିନ୍ଦୋଳ ବ୍ଲକ ଶାଖା ସଚେତନ ନାଗରିକ ଫୋରମ ତରଫରୁ ଛୋଟ ଛୋଟ ପିଲାଙ୍କୁ ଇଂରାଜୀ କିଟ ବଣ୍ଟନ

ହିନ୍ଦୋଳ ବ୍ଲକ ଶାଖା ସଚେତନ ନାଗରିକ ଫୋରମ ର ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ ଫୋରମର କାର୍ଯ୍ୟକାରୀ ସଭାପତି ଆଇନଜୀବି ସୁରେନ୍ଦ୍ର ମିଶ୍ର ଏହି ବର୍ଷ କରାଯାଇଥିବା ଶିକ୍ଷା ଏବଂ ସେବାକୁ ବର୍ଣ୍ଣନା କରିଥିଲେ ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାଏକ, ଭରତ କୁମାର ଦାସ, ସରୋଜ ଶତପଥି, ମନୋଜ ପାଣିଗ୍ରାହୀ, ବିଜୟ କୁମାର ପାଣିଗ୍ରାହୀ, ମନୋରଞ୍ଜନ ପାଲ ଏବଂ ମାୟାଧର ନାୟକ ଆଦି ଉପସ୍ଥିତ ରହି ଗାଳପଡ଼ା, ପାଇକପୁରୁଣା କୋଟ କଡଲା ଆଦି ପଞ୍ଚାୟତ ରେ ପ୍ରାୟ ୬୦୦ କିଟ ବଣ୍ଟନ ର ବ୍ୟବସ୍ଥା କରିଥିଲେ ।