Friday, March 29, 2024

Top 5 This Week

Related Posts

କୁନି ଝିଅ କୁ କାନ୍ଧେଇ ୨ କିମି ଚାଲି ଡାକ୍ତରଖାନାରେ ପହଞ୍ଚାଇଥିଲେ ବି ବିଳମ୍ବ ଯୋଗୁଁ ଶିଶୁର ମୃତ୍ୟୁ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/ରେଢାଖୋଲ,ତା(୧୨/୧୦) : ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ଏହି କୁନି ଝିଅ ଟି ଏକ କୁଅରେ ପଡ଼ିଯାଇଥିଲା । ବହୁତ ଖୋଜାଖୋଜି ପରେ କୂଅରୁ ଉଦ୍ଧାର କରାଗଲା । ମେଡିକାଲ ନେବାପାଇଁ ତୁରନ୍ତ ଆମ୍ବୁଲାନ୍ସ ମଧ୍ୟ ଡକାଯାଇଥିଲା ।

ହେଲେ ଗାଁ କୁ ଯିବା ବାଟରେ ଏକ ନାଳ ପଡ଼ିଥାଏ, ଯାହାଫଳରେ ଆମ୍ବୁଲାନ୍ସଟି ଆଉ ଗାଁ କୁ ଯାଇ ନପାରି ଅଧା ରାସ୍ତାରେ ଅଟକି ଯାଇଥିଲା । ଶେଷରେ ବାଧ୍ୟ ହୋଇ ହତଭାଗା ବାପା ଝିଅକୁ ବଞ୍ଚାଇବା ପାଇଁ କୁନି ଝିଅ କୁ କାନ୍ଧେଇ କାନ୍ଧେଇ ଦୁଇ କିମି ରାସ୍ତା ଚାଲି ନାଳ ପାର‌ ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ହେଲେ ସେତେବେଳକୁ ସବୁ ସରି ସାରିଥିଲା । ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି ।1897ce57 7dbb 4882 8b12 2a6e7d6364c2 କୁନି ଝିଅ କୁ କାନ୍ଧେଇ ୨ କିମି ଚାଲି ଡାକ୍ତରଖାନାରେ ପହଞ୍ଚାଇଥିଲେ ବି ବିଳମ୍ବ ଯୋଗୁଁ ଶିଶୁର ମୃତ୍ୟୁ

ଏପରି ଅଭାବନୀୟ ଘଟଣା ଘଟିଛି ରେଢ଼ାଖୋଲ ଥାନା, ଘୁଷୁରାମାଲ ପଂଚାୟତ, କମଳାନାଳି ଗାଁ ର ସୁଦପଡାରେ । ଏହି ଗାଁ ର ଅର୍ଜୁନ ଦେହୁରୀ ଓ ବାସନ୍ତୀ ଦେହୁରୀଙ୍କ ୫ ବର୍ଷୀୟ ଝିଅ ମିତା ଦେହୁରୀ ଗତକାଲି ସନ୍ଧ୍ୟାରେ ଗାଁ ଦାଣ୍ଡରେ ସାଂଗ ସାଥୀ ସହ ଖେଳୁଥିବା ବେଳେ, ହଠାତ୍ ଅସାବଧାନତା ହେତୁ ଘଟିଯାଇଥିଲା ଏହି ଅଘଟଣ ।

ସନ୍ଦେହରେ କୁଅରେ ଖୋଜା ଯାଇଥିଲା । ହେଲେ କୁନି ଝିଅ କୁ କୂଅରୁ ପାଇ ତୁରନ୍ତ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲକୁ ନେବାପାଇଁ ଆମ୍ବୁଲାନ୍ସ ଡକାଇଥିଲେ । ବିଧିର ବିଧାନ ହେଉ ଅବା ସରକାରୀ କଳର ଅବ୍ୟବସ୍ଥା । ୧୦୮ ଆମ୍ବୁଲାନ୍ସ ଆସିଲା ହେଲେ କମଳାନାଳି ଗାଁ କୁ ନାଳ ରାସ୍ତା ଥିବାରୁ ଯାଇ ପାରିଲାନି ଗାଡ଼ି । ଝିଅକୁ ବଞ୍ଚାଇବା ପାଇଁ ବିଚାର ବାପା ମା ଦୁହେଁ ୨କିମି ରାସ୍ତା ଚାଲି, ନାଳ ପାଣିରେ ପଶି ଆମ୍ବୁଲାନ୍ସ ଯାଏ ନେଇଥିଲେ ।

ହେଲେ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ ଝିଅକୁ କାନ୍ଧେଇ ୨କିମି ରାସ୍ତା ଚାଲି ଚାଲି ଗଲା ବାପା, ହେଲେ ବଞ୍ଚାଇ ପାରିଲାନି କଣ ହେବ ସେତେବେଳକୁ ସବୁ ସରିସାରିଥିଲା । ଝିଅଟିର ପ୍ରାଣ ଚାଲିଯାଇଥିଲାତେବେ ଏନେଇ ଜାଣିବା ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି, ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି, ତେବେ ଏଠି ପ୍ରଶ୍ନ ଆଜି ପର୍ଯ୍ୟନ୍ତ ଏହି ଗାଁ କୁ ଯିବାକୁ ରାସ୍ତାଟିଏ ନାହିଁ କାହିଁକି ? ନାଳରେ ପୋଲ କାମ ସରିନି କାହିଁକି ? ଆଜି ଯଦି ରାସ୍ତା କିମ୍ବା ପୋଲଟିଏ ଥାଆନ୍ତା ହୁଏତ କୁନି ଝିଅର ଜୀବନ ବଂଚି ଯାଇଥାନ୍ତା ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles