ପାର୍ବଣ ଅବସରରେ କରୋନା କଟକଣାକୁ ନେଇ ଟିଟିଲାଗଡ ପୋଲିସ ପକ୍ଷରୁ ସମନ୍ୱୟ ସମିତି ବୈଠକ

0
158

ରିପୋର୍ଟ : ସନ୍ତୋଷ ନାୟକ //
ଟିଟିଲାଗଡ,(୧୨/୧୦) : ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ଅନୁଷ୍ଠିତ ହେବାକୁ ଥିବା ଚଳିତ ଶାରଦୀୟ ଦୁର୍ଗାପୂଜା ପାର୍ବଣ ଅବସରରେ ସରକାର ଦ୍ଵାରା ନିର୍ଦ୍ଧାରିତ ହୋଇଥିବା କରୋନା କଟକଣା ବିଷୟରେ ସଚେତନ ତଥା ସବିଶେଷ ବିବରଣୀ ପ୍ରଦାନ କରିବା ପାଇଁ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ଏବଂ ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ନେତୃତ୍ୱରେ ଟିଟିଲାଗଡ ଥାନା ପରିସରରେ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାରେ ସହରର ୯ ଟି ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ପୂଜା କମିଟିର କର୍ମକର୍ତ୍ତା ମାନଙ୍କୁ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିମନ୍ତ୍ରିତ କରାଯାଇ ପାର୍ବଣ ଅବସରରେ ପୂଜା ସମ୍ବନ୍ଧୀୟ ଜାରି କରାଯାଇଥିବା କଟକଣା ସମ୍ବନ୍ଧରେ ବିଶଦ ଆଲୋଚନା କରାଯାଇଥିବା ବେଳେ ପୂଜା ସମୟରେ ଶାନ୍ତି,ଶୃଙ୍ଖଳା ରକ୍ଷା ସହ କଟକଣାକୁ ସଂପୂର୍ଣ୍ଣ ରୂପେ ପାଳନ କରିବା ପାଇଁ ଆୟୋଜକ ମାନଙ୍କୁ ପୋଲିସ ପକ୍ଷରୁ ନିବେଦନ କରାଯାଇଥିଲା ।