Friday, March 29, 2024

Top 5 This Week

Related Posts

ମନୀଷଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା : ଶ୍ୱାସରୁଦ୍ଧ ରୁ ହୋଇଛି ମନୀଷଙ୍କ ମୃତ୍ୟୁ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୩/୧୦) : ଶ୍ୱାସରୁଦ୍ଧ କାରଣରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ଘଟିଛି । ମନୀଷଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟର ପ୍ରାଥମିକ ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି । ତେବେ କିଭଳି ମନୀଷଙ୍କର ଶ୍ୱାସରୁଦ୍ଧ ହେଲେ, ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ ବୋଲି କହିଛନ୍ତି ଡାକ୍ତର ତ୍ରିପାଠୀ ।

ମନୀଷଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ରେ ଶରୀରରେ ବାହାରକୁ ଦେଖାଗଲା ଭଳି କୌଣସି କ୍ଷତଚିହ୍ନ ନ ଥିବା ବେଳେ ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଅଟକ ରଖିଛି । ସେହିଭଳି ଯେଉଁ କାରରେ ମନୀଷଙ୍କୁ ପାତ୍ରପଡ଼ା ସ୍ଥିତ ସାଉଥ୍ ସିଟି ହୋଟେଲ କୁ ନିଆଯାଇଥିଲା ସେହି କାର କୁ ଠାବ କରିଛି ପୁଲିସ୍ । ସେ ଦୁଇ ଜଣ ଯୁବକଙ୍କ ସହିତ ଏହି କାରରେ ସାଉଥ୍ ସିଟି ହୋଟେଲ କୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ୍ ଧରିଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜୁଛି । ତେବେ ଅଟକ ଥିବା ଯୁବକ ଜଣଙ୍କ କିଏ, ସେନେଇ ପୁଲିସ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ସୂଚନାଯୋଗ୍ୟ, ରବିବାର ମନୀଷଙ୍କ ମୃତଦେହ ପାତ୍ରପଡ଼ାର ଏକ ପୋଖରୀରୁ ମିଳିଥିଲା । ଶନିବାର ରାତିରୁ ସେ ନିଖୋଜ ଥିଲେ । ଭୋଜି କରିବାକୁ ଡାକି ନେଇ ମନୀଷଙ୍କୁ ତାଙ୍କର ସାଙ୍ଗମାନେ ହତ୍ୟା କରିଥିବା ନବୀନ ଦାସ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଚଳାଇଛି

Popular Articles