ମାଁ ମାଟେଶ୍ୱରୀ ଯୁବକ ସଂଘ ଓ ନେହରୁ ଯୁବ କେନ୍ଦ୍ର ର ପ୍ଲାଷ୍ଟିକ ସଂଗ୍ରହ ଓ ସଚେତନତା ଅଭିଯାନ

0
300

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୧୧/୧୦) : ବୌଦ୍ଧ ମାଁ ମାଟେଶ୍ୱରୀ ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ହରଭଙ୍ଗା ବ୍ଲକ ଡିଆଁଘାଟ ଠାରେ ଅପଚୟ ପ୍ଲାଷ୍ଟିକ ସଂଗ୍ରହ ଓ ସଚେତନତା ଅଭିଯାନ ଆରମ୍ଭ ହୋଇ ଯାଇଛି ।WhatsApp Image 2021 10 13 at 6.59.15 AM ମାଁ ମାଟେଶ୍ୱରୀ ଯୁବକ ସଂଘ ଓ ନେହରୁ ଯୁବ କେନ୍ଦ୍ର ର ପ୍ଲାଷ୍ଟିକ ସଂଗ୍ରହ ଓ ସଚେତନତା ଅଭିଯାନ

ମାଁ ମାଟେଶ୍ୱରୀ ଯୁବକ ସଂଘ ଓ ନେହରୁ ଯୁବ କେନ୍ଦ୍ର ର ପ୍ଲାଷ୍ଟିକ ସଂଗ୍ରହ ଓ ସଚେତନତା ଅଭିଯାନ ଅବସରରେ ମୁଖ୍ୟ ଅତିଥି ଭାବେ ଗ୍ରାମର ସ୍ୱେଚ୍ଛାସେବୀ ରଞ୍ଜିତ ପାତ୍ର ଯୋଗ ଦେଇ ପ୍ଲାଷ୍ଟିକ ବ୍ୟବହାର ର ଭୟାବହତା ଓ ନିୟନ୍ତ୍ରଣ ଉପରେ ଅବଗତ କରାଇଥିଲେ । ଯୁବକ ସଂଘର ସଭାପତି ବିରେନ ମହାକୁଡ଼ ଓ ଅନ୍ୟାନ୍ୟ ସମସ୍ତ ସଭ୍ୟମାନେ ମିଶି ଅପଚୟ ପ୍ଲାଷ୍ଟିକ ଗୁଡିକ ସଂଗ୍ରହ କରିବା ସହ ପ୍ଲାଷ୍ଟିକ କୁ ବ୍ୟବହାର କରିବା ପରେ ବାହାରେ ଏଣେତେଣେ ନ ପକାଇ ଘରେ ମଇଳା କୁଣ୍ଡ ରେ ରଖି ପ୍ଲାଷ୍ଟିକ ନବୀକରଣ ନିମନ୍ତେ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ପଠାଇବାକୁ ସଚେତନ କରିଥିଲେ । ଆଜି ସମୁଦାୟ ୭୦ କେଜି ପ୍ଲାଷ୍ଟିକ ସଂଗୃହିତ ହେଇଥିଲା । ଶେଷରେ ଟିପୁନ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।