ଘର ଭିତରୁ ଝୁଲନ୍ତା ଅବସ୍ଥାରେ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର : ଆତ୍ମହତ୍ୟା ଅଭିଯୋଗ

0
164

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର,(୧୫/୦୭) : ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର । ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଆତ୍ମହତ୍ୟା ଅଭିଯୋଗ ।

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର | ଯାଜପୁର ବିଂଝାରପୁର ଉତ୍ତରକୁଳ ପଂଚାୟତ ସୁନ୍ଦରପୁର ଗାଁ ରେ ଘଟିଛି ଘଟଣା । ବିଂଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ ଯାଜପୁର ଟାଉନ ଥାନା ଖଣ୍ଡରା ଗ୍ରାମର ଅନିତା ନାଥଙ୍କୁ ଗତ ବର୍ଷ ଜୁଲାଇ ୬ରେ ବିବାହ ହୋଇଥିଲା । ଦୀପକ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା ବେଳେ କରୋନା ପାଇଁ ଭଲ ରୋଜଗାର ନଥିଲା ।

ଅନ୍ୟପଟେ ବୋହୂ ଅନିତାଙ୍କୁ ତାଙ୍କ ଶାଶୁ ଓ ନଣନ୍ଦ ନିର୍ଯାତନା ଦେଉଥିବା ଝିଅର ବାପ ଘର ଲୋକ ଅଭିଯୋଗ ଉଠାଇଛନ୍ତି । ଅନିଶା ୬ ମାସ ‌ହେଲା ବାପ ଘରେ ରହୁଥିଲେ। ଗତ ୧୧ ତାରିଖରେ ଦୀପକ ଘରକୁ ଫେରିଥିବା ବେଳେ ଅନିତା ମଧ୍ୟ ଶାଶୁଘରକୁ ଆସିଥିଲେ । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ଥିବାବେଳେ ଶାଶୁଘର ଲୋକଙ୍କ ପାଇଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକେ ।

ଅନ୍ୟପଟେ ବିଂଝାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।