ବାଇକ ଓ ଅଟୋ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

0
366

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୧୩/୧୦) : ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଶିରିପୁର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବାଇକ ଓ ଅଟୋ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।auto ବାଇକ ଓ ଅଟୋ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଆଜି ଓଡ଼ି୧୮ ୭୪୩୯ ନମ୍ବର ଗୋଟିଏ ବାଇକରେ ତିନି ଜଣ ଯୁବକ ନିଜ ଗାଁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମଦାଙ୍ଗଗୁଡା ଗାଁ କୁ ମଧ୍ୟାହ୍ନ ସମୟରେ ଯାଉଥିବା ବେଳେ ଶିରିପୁର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବାଇକ ଓ ଅଟୋ ଧକ୍କାରେ ଏକ ଡାଲା ଅଟୋ କୁ ଧକ୍କା ଦେଇ ଥିଲେ । ଘଟଣା ସ୍ଥଳରେ ଫିଙ୍ଗି ହୋଇଥିଲେ ।ଏହାକୁ କିଛି ଲୋକ ଦେଖି ସଙ୍ଗେ ସଙ୍ଗେ ଅଗ୍ନି ଶମ ବିଭାଗକୁ ସୂଚନା ଦେଇଥିଲେ ।ଗାଡି ପହଞ୍ଚିବା ବେଳକୁ ଥାନା ଗାଡି ପହଁଞ୍ଚି ଗୁରୁତ୍ତ୍ୱର ଙ୍କୁ ଉଦ୍ଧାର କରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।acc ବାଇକ ଓ ଅଟୋ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ସେତେବେଳକୁ ସୁଶୀଳ ମାଝୀ (୧୯)ଙ୍କୁ ମୃତ୍ୟୁ ହୋଇଯାଇଥିଲା ।ଅଜିତ ମାଝୀ (୨୨)ଗୁରୁତ୍ତ ହୋଇଥିଲା।ଏହାକୁ ଡାକ୍ତର ଚିନ୍ମୟୀ ଲିମା ପ୍ରାଥମିକ ଚିକିତ୍ସା କରି ଗୁରୁତର ଅଜିତ କୁ ଜିଲା ଚିକିତ୍ସାଳୟାକୁ ପଠାଇଥିଲେ । ସୁଶୀଳ ମାଝୀ ଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଏସ ଆଇ ବିମଲ କହଁର ପହଞ୍ଚି ଶବ ଜବତ କରି ଅପମୃତ ମାମଲା ରୁଜ୍ଜୁ କରିଥିଲେ ।ଘାଟଣା ର ତଦନ୍ତ ଚଳାଇଛନ୍ତି ବର୍ତ୍ତମାନ ମୃତ ପରିବାରକୁ ସୂଚନା ଦିଆଯାଇଛି ବୋଲି ପୁଲିସ ସୂଚନା ଦେଇଛି