ମାତୃଶକ୍ତି ଙ୍କ ଆରାଧନା ର ଐକିକ କ୍ଷେତ୍ରସ୍ଥଳ ପାଲଟିଛି ରାୟଗଡା : ନିଆରା ନବରାତ୍ରୀ ପୂଜା

0
263

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା,(୧୯/୧୦) : ରାୟଗଡା ପରମ୍ପରାରେ ପର୍ବପର୍ବାଣି ଏକ ମୁଖ୍ୟସ୍ଥାନ ଅଧିକାର କରିଛି l ମୁଖ୍ୟତଃ ରାୟଗଡା ମାତୃଶକ୍ତି ଙ୍କ ଆରାଧନା ର ଐକିକ କ୍ଷେତ୍ରସ୍ଥଳ କହିଲେ ଅତ୍ୟୁକ୍ତି ହେବ ନାହିଁ l ସେହି ଦୃଷ୍ଟିରୁ ବର୍ଷରେ ଦୁଇଥର ଶକ୍ତି ଆରାଧନା ର ପରମ୍ପରା ପ୍ରଚଳିତ ହୋଇ ଆସୁଅଛି lମାତୃଶକ୍ତି ଙ୍କ ଆରାଧନା

ଚୈତ୍ର ମାସରେ ତଥା ଆଶ୍ୱିନ ମାସରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଳୟା ଅମାବାସ୍ୟ ପରଦିନ ଅର୍ଥାତ ପ୍ରତିପଦା ଠାରୁ ମାତୃଶକ୍ତିଙ୍କ ନବଦିନାତ୍ମକ ପୂଜା ବା ନବରାତ୍ରୀ ପୂଜା ରାୟଗଡା ସହରର ପ୍ରତ୍ୟେକ ଶକ୍ତିପୀଠ ମାନଙ୍କ ସହ ଘରେ ଘରେ ମଧ୍ୟ ମାତୃଶକ୍ତି ଙ୍କ ଆରାଧନା ଆରମ୍ଭ ହୋଇଥିଲା l ଏଠାରେ ନଅଦିନ ଧରି ମାଁ ଜଗତଜନନୀ ଦୁର୍ଗାଙ୍କର ନଅଟି ରୂପକୁ ଆରାଧନା କରାଯାଇଥିଲା l ରାୟଗଡା ସହରର ଟ୍ରେଜେରି ସାହିର ଲକ୍ଷ୍ମୀ ଗଣେଶ ଲଳିତ ପରାୟଣ ସେବା ଗ୍ରୁପ ତରଫରୁ ମଧ୍ୟ ମାଆଙ୍କର ଏହି ନବଦିନାତ୍ମକ ପୂଜା ବହୁ ଆଡମ୍ବର ସହକାରେ ସମ୍ପନ୍ନ କରିଛନ୍ତି |

ଏହା ହେଉଛି ସହରର ଏକମାତ୍ର ପୂଜାସ୍ଥଳ ଯେଉଁଠି ନବରାତ୍ରିରେ ମାଆଙ୍କର ମୂର୍ତ୍ତିକୁ ଅତ୍ୟନ୍ତ ଭକ୍ତି ସହକାରେ ପୂଜା କରାଯାଉଥିବା ମୁଖ୍ୟ ପୂଜକ ଶ୍ରୀ ଶ୍ରୀନିବାସ ଶର୍ମା ସୂଚନା ଦେଇଛନ୍ତି l ଗତ ଦଶବର୍ଷ ଧରି ଏହି ପୂଜା ସମ୍ପୃକ୍ତ ମନ୍ଦିରରେ ହେଉଥିବା ବେଳେ ଚଳିତବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୂଜାକୁ ସ୍ଥାନାନ୍ତରିତ କରାଯାଇଛି l

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପୂଜା ଶେଷରେ ଅର୍ଣ୍ଣ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା l ଶ୍ରୀଯୁକ୍ତ ଶ୍ରୀନିବାସ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ଲକ୍ଷ୍ମୀ ଗଣେଶ ସାନିଧାନମ ସେବାଗ୍ରୁପ ର ସମସ୍ତ ସଦସ୍ୟଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ଅତ୍ୟନ୍ତ ସୁରୁଖୁରୁରେ ସମ୍ପନ୍ନ ହୋଇଛି l ଏହିପରି ଏକ ନିଆରା ନବରାତ୍ରୀ ପୂଜା ଲୋକଲୋଚନକୁ ଆସିବା ଆବଶ୍ୟକ l