ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବୀରେ ବୌଦ୍ଧଠାରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

0
281

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୦/୧୦) : ସମ୍ପ୍ରତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅନ୍ତର୍ଗତ ମହାଲିଙ୍ଗ ଠାରେ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କୁ ହତ୍ୟା ଘଟଣା | ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବୀରେ ବୌଦ୍ଧଠାରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ |

ମା’କୁ ସମ୍ମାନ ଗାଁକୁ କାମ ସ୍ଲୋଗାନ ଦେଉଥିବା ବିଜୁ ଜନତା ଦଳର ଅସଲ ମୁଖାକୁ ପଦାରେ ପକେଇଦେବା ସହ ଏହି ଘଟଣାରେ ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୁୄକ୍ତି ଜଳ ଜଳ ହୋଇ ଦିଶୁଛି । ନିଜକୁ ସ୍ବଛ ନିର୍ମଳ କହୁଥିବା ନବୀନ ସରକାରର ହାତ ମଧ୍ୟ ଅତୀତରେ ଅନେକ ମହିଳାଙ୍କ ଅତ୍ୟାଚାର ନିର୍ଯ୍ୟାତନାର ରକ୍ତରେ ରଙ୍ଗିତ ।266e05e1 face 465b b10c b373ed805fa7 ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବୀରେ ବୌଦ୍ଧଠାରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

ଏଣୁ ତୁରନ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀରେ ଏବଂ ଘଟଣାର ନିରପେକ୍ଷ ତଦନ୍ତ ନିମିତ୍ତ ତୁରନ୍ତ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଦାବୀରେ ଅଖିଳ ଭାରତ ଯୁବସଂଘ ଏଆଇଓ୍ବାଏଫ ବୌଦ୍ଧ ଜିଲ୍ଲା କମିଟି ପକ୍ଷରୁ ଆଜି ଜିଲ୍ଲା ସଭାପତି ସୁଧାଂଶୁ ପ୍ରଧାନ ଜିଲ୍ଲା ସମ୍ପାଦକ ପ୍ରଦୀପ ବେହେରାଙ୍କ ନେତୃତ୍ବରେ ବୌଦ୍ଧ ବସ ଷ୍ଟାଣ୍ଡଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଦିବ୍ୟଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସମ୍ପାଦକ ଅବକାଶ ସାହୁ, ହିରଣ୍ୟ ଦ୍ବିପ ,ରଞ୍ଜନ ରଣବିଡା, ଦିଲ୍ଲିପ କୁମାର ସାହୁ, ତପନ ବେହେରା ,ନିରାକାର ପ୍ରଧାନ ,ପ୍ରଦୀପ କୁ.ସାହୁ , ଗଗନ ରଣା ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ସଭ୍ୟ ଯୋଗଦାନ କରିଥିଲେ ।