ଗଛରୁ ଝୁଲନ୍ତା ଶବ ଉଦ୍ଧାର : ପୋଲିସ ତଦନ୍ତ ଜାରି

0
410

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୨/୧୦) : ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ତlଳସରଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଗଛରୁ ଝୁଲନ୍ତା ଶବ ଉଦ୍ଧାର ହୋଇଛି |

ସୂଚନା ଅନୁଯାଇ ତାଳସରଡ଼ା ଗ୍ରାମ ର ଡୁମୁରି ମୁଣ୍ଡା ବନ୍ଧ ହୁଡା ରେ ଏକ କଇଥ ଗଛରେ ଜଣେ ଯୁବକ ର ମୃତ ଦେହ ଝୁଲୁ ଥିବାର ଦେଖିବାକୁ ମିଳିଛି | ଯୁବକ ଜଣକ ମୁଣ୍ଡିପଦର ପଂଚାୟତ ବଲାକିରା ଗ୍ରାମ ର କ୍ଷୀରୋଦ ବାରିକ (୩୦) ବୋଲି ଜଣା ପଡିବା ପରେ ପରିବାର ଲୋକ ପହଁଚି ବାଉଁସୁଣୀ ପୋଲିସ କୁ ଖବର ଦେଇଥିଲେ | ଘଟଣା ସ୍ଥଳରେ ବାଉଁସୁଣୀ ପୋଲିସ ପହଞ୍ଚି, ଗଛରୁ ଝୁଲନ୍ତା ଶବ ଉଦ୍ଧାର କରି ଏହା ଆତ୍ମହତ୍ୟା ନା ହତ୍ୟା ତାହାର ତଦନ୍ତ ଚଳାଇଛି | ବାଉଁସୁଣୀ ପୋଲିସ ର ସଠିକ ତଦନ୍ତ ପରେ ଘଟଣା ବିଷୟ ରେ ପ୍ରକୃତ ସତ୍ୟା ସତ୍ୟ ଜଣାପଡିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି |