ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ବଜରଙ୍ଗ ଦଳ ତରଫରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର

0
166

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୩/୧୦) : ବର୍ତ୍ତମାନ ହିନ୍ଦୁମାନେ ବିଭିନ୍ନ ରାଷ୍ଟ୍ରମାନଙ୍କରେ ଅବହେଳିତ ହୋଇ ଆସୁଥିବାର ଖବର ଦେଖିବାକୁ ମିଳୁଛି । ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ ଭଳି ମୁସଲମାନ ପ୍ରଧାନ ଦେଶ ମାନଙ୍କରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି । ନିକଟ ଅତୀତରେ ବାଂଲାଦେଶ ରେ ଅଳ୍ପସଂଖ୍ୟକ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ସବୁ ସୀମା ପାର କରିଦେଇଛି ।

ବାଂଲାଦେଶ ରେ ବଳପୂର୍ବକ ଭାବେ ମାଁ ଦୁର୍ଗାଙ୍କର ମନ୍ଦିର ଭିତରେ ପଶି ମାଁ’ଙ୍କ ମୂର୍ତ୍ତିକୁ ଭାଙ୍ଗିବା, ହିନ୍ଦୁ ନାବାଳିକା ମାନଙ୍କୁ ବଳାତ୍କାର କରି ହତ୍ୟାକାରିବା ଭଳି ଘଟଣା ହିନ୍ଦୁମାନଙ୍କ ମନରେ ଗଭୀର କୁଠାରଘାତ କରିଅଛି । ଏହିସବୁ ଘଟଣା ରେ ମହାମହିମ ରାଷ୍ଟ୍ରପତି ଦୃଷ୍ଟି ଦେବା ସହ ବିଭିନ୍ନ ଚାପ ବଳରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରକୁ ରୋକିବା ଓ ହିନ୍ଦୁମାନଙ୍କୁ ରକ୍ଷାକରିବା ପାଇଁ ଆଜି ଢେଙ୍କାନାଳ ବଜରଙ୍ଗ ଦଳ ତରଫରୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ଦଳର ଉମେଶ ଚନ୍ଦ୍ର ସାହୁ, ନିରାକାର ମଲିକ,ଜିତେନ୍ଦ୍ର ବେହେରା ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।