ରାୟଗଡ ଜିଲ୍ଲାପାଳଙ୍କ ରାମନଗୁଡା ଓ ଗୁଣପୁର ଗସ୍ତ : ଫୋକସରେ ମଡେଲ ହାଇସ୍କୁଲ

0
189

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା,ଗୁଣପୁର,ତା.(୨୩/୧୦) : ରାୟଗଡ ଜିଲ୍ଲାପାଳଙ୍କ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ରାମନଗୁଡା ଓ ଗୁଣପୁର ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ରାମନଗୁଡା ଉଚ୍ଚ ବିଦ୍ୟାଳୟର ଆଧୁନିକୀକରଣ, ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଖେଳ ପଡ଼ିଆର କାର୍ଯ୍ୟ ସମୂହ ପରିଦର୍ଶନ କରିଥିଲେ । ସମସ୍ତ କାର୍ଯ୍ୟ ଶୀଘ୍ର ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ ସମାପନ କରିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ରାୟଗଡ ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ରାମନଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେଣୁଧର ଶବର, ଅତିରିକ୍ତ ତହସିଲଦାର ଶ୍ରୀ ଫର୍ଣ୍ଣଣ୍ଡିଜ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗୁଣପୁର ସଦର ମହକୁମା ଠାରେ ପହଞ୍ଚିବା ପରେ ଗୁଣପୁର ଉପଖଣ୍ଡ କାରାଗାର ପରିଦର୍ଶନ କରିଥିଲେ । କାରାଗାରର ସିସି ଟିଭି, ଅନ୍ତେବାସୀଙ୍କ ଖାଇବା, ରୋଷେଇ ଘର, ଜଳ ନିଷ୍କାସନ ବ୍ୟବସ୍ଥା ପ୍ରଭୃତି ତଦାରଖ କରିଥଲେ ।

କାରାଗାର ଭିତରେ ୧୦ ଜଣ ମହିଳା ଅନ୍ତେବାସୀ ରହିଥିବାରୁ ସେମାନଙ୍କ ଯାବତୀୟ ଅଵଶ୍ୟକତା ଉପରେ ଗୁରୁତ୍ୱ ଦେବା ନିମନ୍ତେ ଜେଲ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେପରେ ଗୁଣପୁର ଶତାୟୁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସରକାରଙ୍କ ଘୋଷଣା ମୁତାବକ ଇ ଲାଇବ୍ରେରୀ, ସ୍ମାର୍ଟ କ୍ଲାସ, ମଡେଲ ଉଚ୍ଚବିଦ୍ୟାଳୟ ନିମନ୍ତେ ସମସ୍ତ କାର୍ଯ୍ୟ ଶୀଘ୍ର ସାରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥଲେ ।

ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ ସମୟରେ ଗୁଣପୁର ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ, ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ, ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଶଶାଙ୍କ ଦାସ ପ୍ରମୁଖ ଉପସ୍ଥିତଥିଲେ ।