ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସାମ୍ବାଦିକଙ୍କୁ ଶପଥ ପାଠ

0
142

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୭/୧୦) : ପୂର୍ବାହ୍ନ ୧୨ ଘଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ DIPRO ରୀତାକାନ୍ତି ବଳିୟାରସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି ।

ପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଏବଂ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ର ଦ୍ଵିତୀୟଦିନ (୨୭/୧୦) ରେ ଏହି ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଶପଥ ପାଠରେ ଲାଞ୍ଚ ନ ନେବା ଏବଂ ଲାଞ୍ଚ ନ ଦେବା ସହିତ ସମସ୍ତ ଦାୟିତ୍ଵକୁ ସାଧୁତା ଏବଂ ସ୍ଵଚ୍ଛତାର ସହ ସମ୍ପାଦନ କରିବାପାଇଁ ସମସ୍ତେ ଶପଥ ନେଇଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ବୈଦ୍ୟନାଥ ସାମଲ, ଜଗାନନ୍ଦ ମହାପାତ୍ର, ଶରତ ମୁଦୁଳି, ପ୍ରକାଶ ଚନ୍ଦ୍ର ମିଶ୍ର, ବଂଶିଧର ମାଝୀ, ରଞ୍ଜନ ମେହେର, ହୃଦାନନ୍ଦ ମେହେର, ଶାଶ୍ଵତ ଦେବବ୍ରତ ଦାସ, ଦୀପକ ଅଦାବର, ପ୍ରଭାତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଚେତନତା ସପ୍ତାହ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ୧ ନଭେମ୍ବର ଯାଏଁ ଚାଲିବ ବୋଲି ଜିଲ୍ଲା ଓ ଲୋକସୂଚନା ଅଧିକାରୀ ପ୍ରକାଶ କରିଛନ୍ତି |