ପୌର ପାଳିକା ତରଫରୁ ସହର ର ସ୍ୱଚ୍ଛତା କାର୍ଯ୍ୟ କୁ ତ୍ୱରାନ୍ୱିତ

0
134

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୨୭/୧୦) : ବର୍ତ୍ତମାନ ସମୟରେ ଢେଙ୍କାନାଳ ର ଗଜଲକ୍ଷ୍ମୀ ପୂଜା ଚାଲିଥିବା ସମୟରେ ସହର କୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପୌର ପାଳିକା ତରଫରୁ ସହର ର ସ୍ୱଚ୍ଛତା କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯାଇଛି |ପୌରପାଳିକା ତରଫରୁ ସହର

ପୌରନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଙ୍କ ତତ୍ୱବାଧାନରେ ପୌର ପାଳିକା ତରଫରୁ ସହର କୁ ପ୍ରତ୍ୟୁଷ ୨ ଥର ସଫେଇ କରିବା, ରୋଡ଼ ସାଇଡ ରେ ବ୍ଲିଚିଂ ପକେଇବା, ସହର ର ଡ୍ରେନ ଗୁଡିକରେ ମଶା ତେଲ ସିଞ୍ଚନ, ବୁଲା ଗାଈଗୋରୁ ମାନଙ୍କୁ ସହର ରୁ ଦୂରକୁ ପଠାଇବା ଆଦି କାର୍ଯ୍ୟ ର କୁ ସମ୍ପାଦନ କରାଯାଇଛି । ସହର ମଧ୍ୟରେ ଲକ୍ଷ୍ମୀପୂଜା ଚାଲିଥିବା ବେଳେ ଲୋକମାନଙ୍କୁ କୋରନା ସମ୍ବନ୍ଧୀୟ ସଚେତନ ମଧ୍ୟ କରାଯାଇଅଛି । ପୌରପାଳିକା ର ଏ ଭଳି କାର୍ଯ୍ୟ କୁ ଢେଙ୍କାନାଳ ସହର ବାସୀ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।