ମମିତା ମେହେରଙ୍କ ହତ୍ୟା ଘଟଣା – ସମ୍ପୂକ୍ତ ଦୋଷୀକୁ ଦଣ୍ଡ ଓ CBI ତଦନ୍ତ ଦାବି କଲା ବିଜେପି

0
215

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୮/୧୦) : ଆଜି ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ମହଲିଙ୍ଗ ସନ ସାଇନ ସ୍କୁଲ ର ଅଧକ୍ଷା ମମିତା ମେହେରଙ୍କ ହତ୍ୟା, ଅପହରଣ ଓ ନିର୍ମମ ଭାବରେ ଖଣ୍ଡ ଖଣ୍ଡ କରି କାଟି ମାଟିରେ ପୋତି ଦେଇଥିବା ଅପରାଧୀ ଓ ଏହି ଅପରାଧ ରେ ଯୋଡି ହୋଇଥିବା କଳା ମୁଖା ପିନ୍ଧି ଭଦ୍ର ଗୁଣ୍ଡା ଙ୍କୁ ଉଚିତ ଦଣ୍ଡ ଓ CBI ତଦନ୍ତ ଦାବି ନେଇ ରାଜ୍ୟପାଳ ଙ୍କୁ ଏସପି ଙ୍କ ଜରିଆରେ ଏକ ଦାବିପତ୍ର ଦେବାପାଇଁ ଭାରତୀୟ ଜନତା ପାର୍ଟି ର ଶତାଧିକ କର୍ମୀ ବୌଦ୍ଧ ଏସପି ଅଫିସ ଘେରାଉ କରିଥିଲେ |900f27b9 8774 48a7 882b c25df156f1a1 ମମିତା ମେହେରଙ୍କ ହତ୍ୟା ଘଟଣା - ସମ୍ପୂକ୍ତ ଦୋଷୀକୁ ଦଣ୍ଡ ଓ CBI ତଦନ୍ତ ଦାବି କଲା ବିଜେପି

ଏସପି ଅଫିସ ଭିତରକୁ ଏହି ରାଲି କୁ ପ୍ରବେଶ ନ କରିବା ପାଇଁ ସୁରକ୍ଷା ବାହିନୀ ସଦଳ ସହିତ ଡେଡ଼ି କେଟେଡ଼ ଦେଇଥିବାରୁ ଡେଡ଼ି କେଟେଡ଼ କୁ ହଟାଇ ବିଜେପି ପାର୍ଟି ଭିତରକୁ ପ୍ରବେଶ କରିବା ସମୟରେ କିଛି କର୍ମୀ ମାନଙ୍କୁ ଆଘାତ ବି ଲାଗିଥିବାର ସୂଚନା ମିଳିଛି | ଭାରତୀୟ ଜନତା ପାର୍ଟି ର ବିଜେପି ଯୁବ ମୋର୍ଚ୍ଚା ଓ ମହିଳା ଯୁବ ମୋର୍ଚ୍ଚା ଙ୍କ ମମିତା ମେହେରଙ୍କ ହତ୍ୟା ଘଟଣା ରେ ଦେବୀଥିଲା ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ଇସ୍ତଫା ଓ CBI ତଦନ୍ତ ସହିତ ହତ୍ୟାକାରୀ ଗୋବିନ୍ଦ କୁ ଫାଶୀ ଦଣ୍ଡlଦେଶ |

ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଲୋକସଭା ସଦସ୍ୟ ମହାମେଘବାହନ ଐରଖରାବେଳ ସ୍ୱାଇଁ, ବିଜେପି ବୌଦ୍ଧ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ, ପୂର୍ବତନ ସଭାପତି ମାଗୁଣି ଗାଈଗୋଉରିଆ,ଜିଲ୍ଲା ପ୍ରବକ୍ତା କୃଷ୍ଣ ଚନ୍ଦ୍ର ମିଶ୍ର, ସମ୍ପାଦକ ସୁଶାନ୍ତ ବାଘ, ମନରଞ୍ଜନ ଦାସ, ତପସ ମହାନ୍ତି, ସତ୍ୟାନନ୍ଦ ପାଣ୍ଡେ, ବିଜେପି ଯୁବମୋର୍ଚା ସଭାପତି ଅଟଳ କୁମାର ପ୍ରଧାନ, ମହିଳା ମୋର୍ଚ୍ଚା ସଭାପତି ମୀନାରାଣୀ ମିଶ୍ର, କୃଷକ ମୋର୍ଚ୍ଚା ସଭାପତି ରବୀନ୍ଦ୍ର କୁମାର ଦେଓ, ଆଦିବାସୀ ଯୁବ ମୋର୍ଚ୍ଚା ସଭାପତି ଡମ୍ବରୁ ଧର କହଁର, ହରଭଙ୍ଗା ମଣ୍ଡଳ ସଭାପତି ବାମନ ବାରିକ, ସହିତ ବହୁ ନେତୃବୃନ୍ଦ ଏହି ଧାରଣାରେ ସାମିଲ ହୋଇଥିଲେ |

ପରିଶେଷରେ ସ୍ଥିତି ସୁଧୁରି ବାରୁ ଧାରଣା ରେ ଥିବା କିଛି ନେତୃ ମଣ୍ଡଳୀ ଦାବି ପାତ୍ର କୁ ବୌଦ୍ଧ ଆରକ୍ଷୀ ଅଧିକାରୀ ଙ୍କୁ ଭେଟି ଆରକ୍ଷୀ ଅଧିକାରୀ ଙ୍କ ଜରିଆରେ ରାଜ୍ୟପାଳ କୁ ଦେଇଥିଲେ |