ପଥପ୍ରାନ୍ତ ନାଟକ ମାଧ୍ୟମରେ କରୋନା ଟୀକାକରଣ ସଚେତନତା

0
212

ରିପୋର୍ଟ : ନରୋତ୍ତମ ପାଢ଼ୀ //
ମୁନିଗୁଡା,ତା(୨୬/୧୦) : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ କାର୍ଯ୍ୟରତ ସ୍ବେଛାସେବୀ ଅନୁଷ୍ଠାନ ହର୍ଷଟ୍ରଷ୍ଟ ଦ୍ୱାରା ଆୟୋଜିତ ଓ ଭୁବନେଶ୍ୱର ପଥପ୍ରାନ୍ତ ନାଟକ ଅନୁଷ୍ଠାନ ପି ଡି ସି ଦ୍ୱାରା ମଂଚସ୍ଥ ନାଟକ ଯାହାକି କରୋନା ଟୀକାକରଣ ସଚେତନତା ଉପରେ ଆଧାରିତ “ଚକରା ଘରର କଥା” ଆଜି ପାତ୍ରଗୁଡା ପଂଚାୟତର ଛେଳିଆନାଳ, ଭୁର୍ଷିଖମାର ଓ ପାତ୍ରଗୁଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ।

ସ୍ବେଛାସେବୀ ଅନୁଷ୍ଠାନ ହର୍ଷଟ୍ରଷ୍ଟର ସ୍ଥାନୀୟ ସଂଯୋଜିକା ଅମ୍ବିକା ନାୟକ ଓ ଲିଲି ନାୟକଙ୍କ ସଂଯୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସାମ୍ବାଦିକ ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥି ନାଟ୍ୟ ଅନୁଷ୍ଠାନର ପରିଚାଳନା ନିର୍ଦେଶକ ସୁଧୀର କୁମାର ଦାସ,ସଙ୍ଗୀତକାର ଚିତ୍ତରଞ୍ଜନ ଦଳାଇ ପ୍ରମୁଖ ଯୋଗଦେଇ ମହାମାରୀ କରୋନାରୁ ବଞ୍ଚିବାକୁ ହେଲେ ସରକାରଙ୍କ ତରଫରୁ ମାଗଣାରେ ମିଳୁଥିବା ଦୁଇ ଡୋଜ ଟୀକାକରଣକୁ ଆପଣେଇବା ସହ ସ୍ୱସ୍ଛତା ଏବଂ ସରକାରୀ ଘୋଷିତ କଟକଣାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଆୟୋଜକ ହର୍ଷ ଟ୍ରଷ୍ଟ ଓ ଆର୍ଥିକ ସହାୟତା ପ୍ରଦାନକାରୀ ସଂସ୍ଥା ଅଜିମ ପ୍ରେମଜୀ ଫାଉଣ୍ଡେସନ ଗ୍ରୁପ ସହାୟତାରେ ମୁନିଗୁଡ଼ାରେ ଏହି ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ କାର୍ଯ୍ୟକ୍ରମ ଗତ ୧ଅକ୍ଟୋବରରୁ ଅଦ୍ୟାବଧି ୩୩ଟି ଗ୍ରାମରେ ଅନୁଷ୍ଠିତ ହୋଇ ସାରିଲାଣି ।

ଏହି ନାଟକ ଦେଖି ଟୀକାକରଣ ପ୍ରତି ଅନେକ ଗାଁଉଁଲୀ ମଣିଷ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି । କୋରାପୁଟ ଅଂଚଳର ସୁନାମଧନ୍ୟ ଲୋକନାଟ୍ୟ କଳାକାର ଚକରା,ଲିଲି,ପ୍ରସାଦ,ମମତା,ଫୁଲବତୀ,ଅମ୍ବିକା ଓ ଲିଲି ଦିଦି ପ୍ରମୁଖଙ୍କ ନିଖୁଣ ଅଭିନୟ ଓ ଚିତାକର୍ଷକ ସ୍ଥାନୀୟ ଭାଷାର ସଂଳାପ ଅନେକଙ୍କୁ ମନ୍ତ୍ରମୁଗ୍ଧ ଓ ସଚେତନ କରାଉଥିବା ଦେଖିବାକୁ ମିଳୁଥିଲା।