୨୪ ଘଣ୍ଟିଆ ନାକାବନ୍ଦୀ ସମୟରେ ୫ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଅଟୋ ସହ ଜଣେ ଗିରଫ

0
183

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ,ତା(୨୮/୧୦) : ପୁଣି ପାଡୁଆ ପୋଲିସ କୁ ମିଳିଛି ବଡ ସଫଳତା । ୨୪ ଘଣ୍ଟିଆ ନାକାବନ୍ଦୀ ଚାଲିଥିବା ବେଳେ ଗଞ୍ଜେଇ ବୋଝେଇ ଅଟୋ ସହ ଜଣକୁ ଗିରଫ କରିଛି ପୋଲିସ ।

୨୪ ଘଣ୍ଟିଆ ନାକାବନ୍ଦୀ ସମୟରେ ଗୋଟିଏ ଅଟୋ ରେ ୨ ଟି ବସ୍ତାରେ ୫୦ କେଜି ଗଞ୍ଜେଇ ଥିବା ବେଳେ ବେଞ୍ଜିଂ ମୋହନ ନାମକ ଆନ୍ଧ୍ର ପ୍ରଦେଶ ର ଯୁବକ କୁ ଗିରଫ କରିଛି ପାଡୁଆ ପୋଲିସ । ଏହି ଜବତ ଗଞ୍ଜେଇ ର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପାଡୁଆ ପୋଲିସ କହିଛି । ଏହି ଗଞ୍ଜେଇ ଓଡ଼ିଶା ସୀମାନ୍ତ ଯଲାପୁଟ ଅଞ୍ଚଳ ରୁ ଆନ୍ଧ୍ର ଚୋରା ଚାଲାଣ ହେଉଥିବା ଜଣାପଡିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ବହୁବାର ଏହି ଅଞ୍ଚଳ ରୁ ଅଟୋ ରେ ଗଞ୍ଜେଇ ନେଉଥିବା ପାଡୁଆ ପୋଲିସ ଆଗରେ ସ୍ୱୀକାର କରିଛି ।