କଠିନ ଓ ତରଳ ବର୍ଯ୍ୟ ବସ୍ତୁ ର ସୁପରିଚାଳନା କର୍ମଶାଳା ଉଦଯାପିତ

0
187

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୮/୧୦) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଜଳ ଓ ପରିମଳ ମିଶନ ଦ୍ୱାରା ଆୟୋଜିତ କଠିନ ଓ ତରଳ ବର୍ଯ୍ୟ ବସ୍ତୁ ର ସୁପରିଚାଳନା ସମ୍ପର୍କରେ ଘିକୁଣ୍ଡି ଗ୍ରାମପଞ୍ଚାୟତ ର ରତାଖଣ୍ଡି,ତୁଣ୍ଡୁମାଲ୍, ଆମ୍ବଗହନା, ପଥରଖଣ୍ଡି,ଘୀକୁଣ୍ଡି, ଗରିଆପ।ଲି, କର୍ଲଝୁଲି,ଓ ହ।ତିପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ତାଲିମ ଦାତା ଭାବେ ମାଷ୍ଟର ଟ୍ରେନର ରଞ୍ଜନ କୁମାର ପାତ୍ର ଯୋଗଦେଇ ଲୋକମାନଙ୍କୁ କଠିନ ଓ ତରଳ ବର୍ଯ୍ୟ ବସ୍ତୁ ର ସୁପରିଚାଳନା ସମ୍ପର୍କରେ ବୁଝାଇଥିଲେ । ଆଗାମୀ ଦିନରେ ପ୍ରତ୍ୟେକ ପରିବାରକୁ କମ୍ପୋଷ୍ଟ୍ ପିଟ୍ ଯୋଗାଇ ଦିଆଯିବା ସହିତ ଶତ ପ୍ରତିଶତ ପାଇଖାନା ବ୍ୟବହାର ଉପରେ ଶିକ୍ଷା ଦିଆଯିବା ସହିତ ଆବର୍ଜନା ମୁକ୍ତ ପଞ୍ଚାୟତ ଗଠନ ମାଁ ମାନଙ୍କ ଦ୍ଵାରା ସମ୍ଭବ ବୋଲି କହିଥିଲେ । ପ୍ରତ୍ୟେକ ଗ୍ରାମ ର ଗ୍ରାମ୍ୟ କାର୍ଯ୍ୟ ଖସଡ଼ା ତିଆରି କରାଗଲା ।

ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ଏମ୍ ବି କେ ଯଜ୍ଞସିନି ଅମାତ୍ ଙ୍କ ତତ୍ତ୍ଵାବଧାନରେ ଆଶା,ଅଙ୍ଗନୱାଡି,ଏ ଏନ୍ ଏମ୍ ,ସ୍ଵୟଂ ସହାୟକ ଗୋଷ୍ଠୀ ର ସଭାପତି, ସମ୍ପାଦିକା ମାନେ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ଅର୍ଜୁନ ଦାସ ଓ ଜିପି ମନିଟର ସୁଦାମ ପ୍ରଧାନ ପରିଚାଳନା କରିଥିଲେ ।