ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କଲା ବୌଦ୍ଧ ପ୍ରଶାସନ

0
214

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୮/୧୦) : ବୌଦ୍ଧ ମହାନଦୀ କୂଳରେ ଥିବା ଗେହ୍ଳାମା ମନ୍ଦିର ପରିସରରେ ଦୀର୍ଘ ୭ ଦିନ ହେଲା ଅବହେଳିତ ଅବସ୍ଥାରେ ପଡିଥିବା ଜଣେ ଅସହାୟ ମାନସିକ ବିକୃତ ବ୍ୟକ୍ତିଙ୍କୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଆଶ୍ରୟ ଅନୁଷ୍ଠାନରେ ରଖାଯାଇଛି ।

ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ପଙ୍କୁଆଳ ଗ୍ରାମର ଧୁବେଇ ଷାଣ୍ଢଙ୍କ ପୁତ୍ର ନିଳମଣି ଷାଣ୍ଢ(୫୧) ମାନସିକ ବିକୃତ ହୋଇ ଘରୁ ଚାଲି ଆସିଥିଲେ । ଦୀର୍ଘ ୭ ଦିନ ହେଲା ନିଳମଣି ଅସହାୟ ଅବସ୍ଥାରେ ବୌଦ୍ଧ ପୁର୍ତ୍ତ ବିଭାଗ ବଙ୍ଗଳା ନିକଟସ୍ଥ ଗେହ୍ଲା ମାଁ ମନ୍ଦିର ସମ୍ମୁଖରେ ପଡ଼ି ରହିଥିଲେ । ମନ୍ଦିର ନିକଟରେ ରହୁଥିବା ବରିଷ୍ଠ ସାମ୍ବାଦିକ ରଜନୀ କାନ୍ତ ଦାଶ,ସ୍ୱାଧୀନ ରାୟ,ରଘୁନାଥ ସ୍ୱାଇଁ ଙ୍କ ପରିବାର ନିଳମଣିଙ୍କୁ ଖାଦ୍ୟ ଦେବା ସହିତ ତାଙ୍କର ଦେଖାଶୁଣା କରୁଥିଲେ ।

କିନ୍ତୁ ନିଳମଣି ନିଜ ଘରକୁ ନ ଫେରିବା ଓ ଅସହାୟ ଅବସ୍ଥାରେ ଶୀତ କାକରରେ ପଡି ରହିଥିବାରୁ ସାମ୍ବାଦିକ ଶ୍ରୀଦାଶ ଏ ସଂପର୍କରେ ପ୍ରଶାସନ କୁ ଜଣାଇବା ପରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ. ମନୋ ରଞ୍ଜନ ପଣ୍ଡା ଆଶ୍ରୟ ଅନୁଷ୍ଠାନର ମୁଖ୍ୟ କୃପାସିନ୍ଧୁ ଷଡଙ୍ଗିଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ ।

ଏ ସଂପର୍କରେ ସୂଚନା ପାଇ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ମଧ୍ୟରେ ସେଠାରେ ପହଞ୍ଚିଥିଲେ । ମନ୍ଦିର ପରିସରରୁ ନିଳମଣି ଙ୍କୁ ଉଦ୍ଧାର କରାଯାଇ ବିଶ୍ୱ ଜୀବନ ସେବା ସଂଘ ଦ୍ୱାରା ପରିଚାଳିତ ଆଶ୍ରୟ ଅନୁଷ୍ଠାନରେ ରଖାଯାଇଥିବା ଜଣାପଡିଛି । ପଚରା ଉଚୁରା କରାଯିବା ପରେ ଉଦ୍ଦିଷ୍ଟ ସ୍ଥାନକୁ ତାଙ୍କୁ ପଠାଯିବ ବୋଲି ସୂଚନା ଦିଆଯାଇଛି ।