ବିଜେଡି ଯୁବ ନେତା ଗିରଫ : ନିଜ ମହାବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କୁ ଆର୍ଥିକ ନିର୍ଯ୍ୟାତନା ଅଭିଯୋଗ

0
251

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୩୧/୧୦) : ଗୁଣୁପୁର ଅଞ୍ଚଳର ବିଜେଡି ଯୁବ ନେତା ତଥା ଅମୂଲ୍ୟ ଭାରତ କଳା ପରିଷଦ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପଞ୍ଚାନନ ଚୌଧୁରୀ ଙ୍କୁ ଗିରଫ କରିଛି ଗୁଣୁପୁର ପୁଲିସ ।

ମିଳିଥିବା ସୂଚନା ଅନୁଯାୟୀ ବିଜେଡି ଯୁବ ନେତା ଙ୍କ ଦ୍ୱାରା ପରିଚାଳିତ ସଙ୍ଗୀତ ମହାବିଦ୍ୟାଳୟରେ ସସ୍ମିତା ପଣ୍ଡା ନାମକ ଜଣେ ମହିଳା ଅନୁଷ୍ଠାନ ସଂଯୋଜିକା ଓ ନୃତ୍ୟ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ । ମାସିକ ୩୦ ହଜାର ଟଙ୍କା ଦରମା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଅତିରିକ୍ତ ୫ ହଜାର ଟଙ୍କା ପାରିଶ୍ରମିକ ଯୋଗାଇ ଦେବାକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଚୁକ୍ତି କରିଥିଲେ । ଏଥି ସହିତ ସ୍ଥାନୀୟ ଅଞ୍ଚଳରେ ଏକ ଭଡାଘର ମଧ୍ୟ ଶିକ୍ଷୟିତ୍ରୀ ଙ୍କୁ ଯୋଗାଇ ଦିଆଯାଇଥିଲା । ତେବେ ଦୀର୍ଘ ମାସ ଧରି ଘରଭଡା କଲେଜ କର୍ତ୍ତୃପକ୍ଷ ନ ଦେବାରୁ ଘର ମାଲିକ ଘର ଛାଡିବାକୁ ତାଗିଦ କରିଥିଲେ । ତେବେ ଶିକ୍ଷୟିତ୍ରୀ ଜଣକ ଏଠାରେ ଅନୁପସ୍ଥିତ ଥିବା ବେଳେ, ସେ ରହୁଥିବା ଭଡାଘରୁ ଶ୍ରୀ ଚୌଧୁରୀ କୁଆଡେ ଜିନିଷ ପତ୍ର ଖାଲି କରି ଉକ୍ତ ଘର ମାଲିକଙ୍କୁ ଘର ଫେରସ୍ତ କରିଦେଇଥିଲେ ।

ଇତି ମଧ୍ୟରେ ଶିକ୍ଷୟିତ୍ରୀ ଙ୍କୁ ୩ ମାସର ଦରମା ମଧ୍ୟ ଦିଆ ଯାଇ ନ ଥିବା ଓ ଘରେ ଥିବା ତାଙ୍କର ମୂଲ୍ୟବାନ ସାମଗ୍ରୀ ମିଳୁ ନ ଥିବାରୁ ଗତ ୨୪/୯/୨୦୨୧ ରେ ଗୁଣୁପୁର ଥାନାରେ ଶିକ୍ଷୟିତ୍ରୀ ଜଣକ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ କୁ ଆଧାର କରି ଆଜି ପଞ୍ଚାନନ ଚୌଧୁରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।