ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍‌ଙ୍କ ପରେ ଜେଲ୍‌ରୁ ମୁକୁଳିଲେ ମୁନ୍‌ମୁନ୍‌

0
214

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ,(୩୧/୧୦) : ଜେଲ୍‌ରୁ ମୁକୁଳିଲେ ମୁନ୍‌ମୁନ୍‌ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ସହ ଏନ୍‌ସିବି ଦ୍ୱାରା ଗିରଫ ହୋଇଥିବା ମୁନ୍‌ମୁନ୍‌ ଧମେଚା ଆଜି ବାଇକୁଲା ଜେଲ୍‌ରୁ ବାହାରିଛନ୍ତି । 

ବର୍ତ୍ତମାନ ଅରବାଜ ମର୍ଚ୍ଚାଣ୍ଡ ମଧ୍ୟ ଆର୍ଥର ରୋଡ ଜେଲରୁ ଶୀଘ୍ର ବାହାରିବା ନେଇ ସମ୍ଭାବନା ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ଅରବାଜ ଜେଲ୍‌ରୁ ବାହାରି ଯିବେ ବୋଲି ତାଙ୍କ ବାପା କହିଛନ୍ତି । ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌, ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ୍‌ ଧମେଚାଙ୍କୁ ଗିରଫ କରିଥିଲା । ତେବେ ୨୯ ଅକ୍ଟୋବର ଦିନ ଆର୍ଯ୍ୟନ୍‌ଙ୍କ ସମେତ ଏହି ଦୁଇ ଜଣଙ୍କୁ ମଧ୍ୟ ଜାମିନ ମିଳିଥିଲା । ବମ୍ବେ ହାଇକୋର୍ଟ ଏମାନଙ୍କ ଜାମିନ ମଞ୍ଜୁର କରିଥିଲେ । ତେବେ ଆର୍ଯ୍ୟନ୍‌ ଖାନ୍‌ ୩୦ ତାରିଖରେ ଜେଲ୍‌ରୁ ବାହାରି ମନ୍ନତ ପହଞ୍ଚିଥିଲେ ।

କିନ୍ତୁ ଏ ଦୁଇ ଜଣଙ୍କୁ ଜେଲ୍‌ରେ ରହିବାକୁ ପଡିଥିଲା । ଅରବାଜ ଏବଂ ମୁନମୁନ୍‌ଙ୍କ କାଗଜପତ୍ର ସମ୍ବନ୍ଧୀୟ କିଛି କାମ ବାକି ଥିବା ଯୋଗୁଁ ସେମାନେ ଆଉ ଗୋଟିଏ ଦିନ ଜେଲ୍‌ରେ ରହିଥିଲେ । ସୂଚନା ମୁତାବକ କ୍ରୁଜ ଉପରେ ଏନ୍‌ସିବି ଚଢ଼ାଉ ପରେ ମୁନ୍‌ମୁନ୍‌, ଆର୍ଯ୍ୟନ୍‌ ଏବଂ ଅରବାଜଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା । ମୁନ୍‌ମୁନ୍‌ ଏବଂ ଅରବାଜଙ୍କ ଠାରୁ ପରେ ଡ୍ରଗ୍ସ ମିଳିଥିବା ନେଇ ଏନ୍‌ସିବି ସୂଚନା ଦେଇଥିଲା ।