ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ରେ ଭାଗ ନେଇ ଥିବା ଛାତ୍ରୀ ଙ୍କ ହାତ ଭାଙ୍ଗି ଗୁରୁତର

0
204

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୩୦/୧୦) : ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ଭାଗ ନେଇଥିବା ଜଣେ ଛାତ୍ରୀ ଙ୍କ ହାତ ଦୁଇଖଣ୍ଡ ହୋଇ ଭାଙ୍ଗି ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ଜୁଡୋ ଏସୋସିଏସନ ତରଫରୁ ରାଜ୍ୟ ର ସବୁ ଜିଲ୍ଲା ରୁ ଏହି ପ୍ରତିଯୋଗିତା ରେ ସବୁ ବର୍ଗର ପ୍ରତିଯୋଗୀ ଭାଗ ନେଇ ଗତ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ଆରମ୍ଭ ହୋଇଛି । ଗତ ୩୦ ତାରିଖ ଦିନ ପ୍ରାୟ ଦୁଇ ଟା ସମୟରେ ରାଜ୍ୟ ର ଝାରସୁଗୁଡା ଜିଲ୍ଲା ରୁ ପ୍ରତିଯୋଗିତା ରେ ଭାଗ ନେଇଥିବା ଶୁଭଶ୍ରୀ ସିଂ ଗୋସାଇଁ ନାମ୍ନୀ ଜଣେ ୧୭ ବର୍ଷୀୟ ଛାତ୍ରୀ ଭାଗ ନେଇ ଥିବା ବେଳେ ତାଙ୍କ ଗୋଟିଏ ହାତ ର ହାଡ଼ ଦୁଇ ଖଣ୍ଡ ହୋଇ ଭାଙ୍ଗି ଆହତ ହୋଇଛନ୍ତି । ଗୁରୁତର ଆହତ ଯୋଗୁଁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ସରକାରୀ ଚିକିତ୍ସାଳୟ କୁ ଅଣା ଯାଇଥିବା ବେଳେ ଡ଼ଃ ହେମନ୍ତ ମେହେର ଅସ୍ତ୍ରୋପଚାର ଆବଶ୍ୟକ କହି ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ।

ରାଜ୍ୟ ସ୍ତରୀୟ ଏହି ପ୍ରତିଯୋଗିତାରେ ସଫଳ ବା ବିଜୟ ଲାଭ କରିଥିବା ଖେଳାଳି ଙ୍କୁ ଜାତୀୟ ସ୍ତରରେ ପ୍ରତିଯୋଗିତା ରେ ଅଂଶଗ୍ରହଣ ସୁଯୋଗ ଦିଆଯିବ ବୋଲି କମିଟି ତରଫରୁ ପ୍ରକାଶ ପାଇଛି । ଏ ନେଇ ୩୧ ତାରିଖ ରେ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଙ୍କୁ ସମ୍ମାନିତ କରାଯାଇ ଜାତୀୟ ସ୍ତରରେ ସୁଯୋଗ ପ୍ରଦାନ କରାଯିବା ଜଣାଯାଇଛି ।