କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବୌଦ୍ଧ ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ସଭା

0
196

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,ତା(୦୨/୧୧) : ତା ୦୧/୧୧/୨୧ ରିଖ ଦିନ କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବୌଦ୍ଧ ଜିଲ୍ଲା ବିଜୁ ମହିଳା ଜନତା ଦଳ ତରଫରୁ ଆୟୋଜିତ ପ୍ରତିବାଦ ସଭା ରେ ମାନ୍ୟବର ବିଧାୟକ ବୌଦ୍ଧ ପ୍ରଦିପ କୁମାର ଅମାତ୍ ଓ ଜ଼ିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ୍ ସଭା ରେ ଉପସ୍ଥିତ ରହିଥିଲେ l

ଏହି ଅବସରରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା ଏଥିରେ ପୂର୍ବ ଏନ.ଏ.ସି. ଅଧ୍ୟକ୍ଷ୍ୟା ଦିପ୍ତିପ୍ରଭା ସ୍ୱାଇଁ ସଭାପତିତ୍ଵ କରିଥିଲେ । ଜ଼ିଲ୍ଲା ମହିଳା ସଭା ନେତ୍ରୀ ଶ୍ରୀମତୀ ଜସ୍ମିନ ପ୍ରଧାନଙ୍କ ନେତୃତ୍ୱରେ ରେ ବିଜୁ ମହିଳା ଜନତା ଦଳର ନେତ୍ରୀ ମାନେ କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ତୁରନ୍ତ ରନ୍ଧନ ଗ୍ୟାସ ସହିତ ନିତ୍ୟ ବ୍ୟବହାରୀ ସାମଗ୍ରୀର ଦରଦାମ ହ୍ରାସ କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜ଼ିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟ୍ୟରେ ଯୋଗ ଦେଇଥିଲେ ଜ଼ିଲ୍ଲା ମହିଳା ଉପ ସଭାନେତ୍ରୀ ସୈରେନ୍ଦ୍ରି ମହାକୁଡ,ରୀତାଞ୍ଜଳି ମିଶ୍ର,ସସ୍ମିତା ମଲ୍ଲିକ ,ସରସରା ସରପଞ୍ଚ ଗୀତାଞ୍ଜଳି ପ୍ରଧାନ,ଆଇ. ଟି ସେଲ ଜ଼ିଲ୍ଲା କୋଡିନେଟର ସୁନିତା ମହାନ୍ତି,ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁ, ବିଜେଡି ଛାତ୍ର ସଭାପତି ସଂଗ୍ରାମ ଦାସ,ମୁଣ୍ଡା ପଡା ସରପଞ୍ଚ ବିଦ୍ୟାଧର ସ୍ଵାଇଁ, ଯୁବ ବିଜେଡି ସଭାପତି ମ୍ରୁତ୍ୟୁଞ୍ଜୟ ମିଶ୍ର,ପୂର୍ବତନ ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧିନ୍ ବିଶ୍ୱାଳ ,ବାମଣ୍ଡା ସରପଞ୍ଚ ଲଳିତ ଥାଟି,ଯୁବ ନେତା ପ୍ରଭାତ ଚନ୍ଦ୍ର ପ୍ରଧାନ,ଅରୁଣ ପ୍ରଧାନ (ଟେଣୁ), ସ୍ୱାଧୀନ କୁମାର ସାହୁ, ଅରବିନ୍ଦ ଲଉରିଆ, ଅଶୋକ କୁମାର ମେଣ୍ଡିଲି, ନିର୍ଗୁଣ ମହାକୁଡ଼ ଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି କର୍ମି ସାମିଲ ହୋଇ ଆୟୋଜନରେ ସହଯୋଗ କରିଥିଲେ l