ପୁରାନା କଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଓଡ଼ିଆ ଅଧ୍ୟାପକ ଙ୍କ ପାଇଁ ସାକ୍ଷାତକାର

0
216

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, ବୌଦ୍ଧ, (୦୧/୧୧) : ସୋମବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରାନା କଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ବହୁ ଦିନ ହେବ ଓଡ଼ିଆ ଅଧ୍ୟାପକ ପଦବୀ ପୂରଣ ଲାଗି ଏକ ସାକ୍ଷାତକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |

ଓଡ଼ିଆ ଅଧ୍ୟାପକ ପଦବୀ ପୂରଣ ଲାଗି ଉକ୍ତ ସାକ୍ଷାତକାର କାର୍ଯ୍ୟକ୍ରମ ରେ ବୌଦ୍ଧ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ଗୁରୁ, ପୁରାନା କଟକ ମାଁ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୂର୍ଣ୍ଣିନ୍ଦୁ ତ୍ରିପାଠୀ ଏବଂ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ ପାଠୀ ଯୋଗ ଦେଇଥିଲେ |

ଏହି ସାକ୍ଷାତକାର କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲା ଓ ଜିଲ୍ଲା ବାହାରୁ ୨୧ ଜଣ ଆଶାୟୀ ପ୍ରାର୍ଥୀ ଯୋଗ ଦେଇଥିଲେ ଏବଂ କାର୍ଯ୍ୟକ୍ରମ ଟିକୁ ସୁରୁ ଖୁରୁରେ ସମାପନ କରିବା ପାଇଁ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ |