ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓ ପଛୁଆ ବର୍ଗ ସମାବେଶ ଅନୁଷ୍ଠିତ

0
232

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,ତା(୦୨/୧୧) : ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତ ଅନ୍ତର୍ଗତ କମଲପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ ଉଦଘାଟିତ ହୋଇଯାଇଛି ।d9147e81 191a 4be2 8cf7 ba6542738cbf ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓ ପଛୁଆ ବର୍ଗ ସମାବେଶ ଅନୁଷ୍ଠିତ

ଏହି ଅବସର ରେ ତେଲବନ୍ଧ ଘାଟ ରୁ ୨୫ ଗୋଟି କଳସ ନେଇ ପୂଜା କାର୍ଯ୍ୟ କରି ଥିଲେ ପୂଜକ ଅରୁଣ ମେଣ୍ଡିଲି, ପୁରୁଷୋତ୍ତମ ମହାକୁଡ଼, ଦୁର୍ଯ୍ୟୋଧନ ପ୍ରଧାନ ଓ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ସଭାପତି ସମ୍ଭୁଗିରୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଯୁବ ଡୁମାଲ ପରିଷଦର ଉପଦେଷ୍ଟା ଦେବାର୍ଚ୍ଚନ ଚାଉଳିଆ ଯୋଗ ଦେଇ ଉଦଘାଟନ କରିଥିଲେ ଓ ଜାତିଗଙ୍ଗା ମାନଙ୍କ ଉନ୍ନତି ଓ ପ୍ରଗତି ହୋଇ ପାରିବ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସମ୍ପାଦକ କୃତ୍ତିବାସ ପଲିଆ ବିବରଣୀ ପଠନ କରିଥିଲେ ,ସଂମାନିତ ଅତିଥି ଭାବେ ଜାତିଭିତିକ ପତ୍ରିକା ଆମେ ଡୁମାଲର ସମ୍ପାଦକ ହରିଶଙ୍କର ବେହେରା, ମହେଶ୍ୱର ପ୍ରଧାନ, ସୁଶାନ୍ତ ବାଘ, ଦେବହରୀ ମହାକୁଡ଼, ଉପଦେଷ୍ଟା ଅକ୍ରୁର କଳତା, ସୁଦାମ ଖମାରୀ, ବିଶିକେସନ ପ୍ରଧାନ, ପ୍ରଭାତଚନ୍ଦ୍ର ପ୍ରଧାନ, ସୀତାକାନ୍ତ ସିଂ, ଦୟାସାଗର ମେଣ୍ଡିଲି, ଲଳିତ ଥାଟି ଓ ଗୋ-ଆଧାରିତ କୃଷି ଉପରେ ବକ୍ତବ୍ୟ ରଖିଥିଲେ ଗୋ-ସେବକ ସାଧୁ ମଧୁସୂଦନ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l

ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ଚୈତନ୍ୟ କର୍ଣ୍ଣ,ସତ୍ୟନାରାୟଣ ବଘାର, କୃଷ୍ଣ ଚନ୍ଦ୍ର ପ୍ରଧାନ,ଓ ଧରଣୀଧର ଲଉରିଆ ପ୍ରମୁଖ l ଉକ୍ତ କାର୍ଯ୍ୟକ୍ରମ କୁ ସାକାର କରିବା ପାଇଁ ମାହେଶ୍ୱରୀ ସେବକ ଗପବନ୍ଧୁ, କୈଳାସ ଖେତୀ, ସୁଶାନ୍ତ ପ୍ରଧାନ, ମାନଗୋବିନ୍ଦ ପ୍ରଧାନ, ଦିଲ୍ଲୀପ କୁମାର କର୍ମୀ, ଅଜିତ କୁମାର ମହାକୁଡ଼, ସିକୁନ ପ୍ରଧାନ, ସୁରେନ୍ଦ୍ର କର୍ଣ୍ଣ, ଗୟା ମହାକୁଡ଼, ସଞ୍ଜୟ ପ୍ରଧାନ, ତ୍ରିପୁର ମହାକୁଡ଼, ଧରଣୀଧର ମେଣ୍ଡିଲି,ରିଲୁ ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଦେଶବନ୍ଧୁ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ ।