ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ

0
144

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡ଼ା,(୦୩/୧୧) : ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି l ସିକ୍ୟୁରିଟି ଟଙ୍କା ଫେରାଇବା ପାଇଁ ଠିକାଦାର ପଦ୍ମ ଚରଣ ପାଣିଗ୍ରାହୀଙ୍କ ନିକଟରୁ ଆଜି ଅପରାହ୍ନ ଚାରି ଟା ସମୟରେ ଅଫିସ୍ କାର୍ଯ୍ୟାଳୟରେ ଛଅ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ୍ lWhatsApp Image 2021 11 04 at 10.57.13 AM ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ

ସୂଚନା ପ୍ରକାରେ ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ବିଭାଗରେ ଥିବା ସେହି ଟଙ୍କା ଫେରସ୍ତ ନେବା ପାଇଁ କିରାଣୀ ଙ୍କ ନିକଟକୁ ଯାଇଥିଲେ ଠିକାଦାର l ବିଲ୍ କରାଇ ଦେବାକୁ ପୁର୍ବରୁ ଦୁଇ ହଜାର ଟଙ୍କା ଦେଇଥିବା ବେଳେ ଆଉ ଛଅ ହଜାର ଟଙ୍କା ଦେଲେ ବିଲ୍ ହେବ ବୋଲି କହିଥିଲେ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି l ଆଜି ବକେୟା ଛଅ ହଜାର ଟଙ୍କା ଦେବା ବେଳେ ଫୁଲବାଣୀ ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ ପଡ଼ି ଗିରଫ୍ ହୋଇଛନ୍ତି l ବର୍ତ୍ତମାନ ମୁଖ୍ୟ କିରାଣୀ ଙ୍କ ବାଲିଗୁଡା ରେ ଥିବା ବାସ ଭବନରେ ଭିଜିଲାନ୍ସ ଡି ଏସ୍ ପି ଅରୁଣ ନାୟକଙ୍କ ନତୃତ୍ବ ରେ ପାଞ୍ଚ ଜଣିଆ ଟିମ୍ ଇନିସପେକଟର କୁମୁଦିନୀ ସାହୁ, ସବ ଇନିସପେକ୍ଟର ରବି କିରଣ, କନେଷ୍ଟବଲ ଦିଲୀପ ପ୍ରଧାନ ଏବଂ ଲୋକନାଥ ସାହୁ ସାମିଲ ଅଛନ୍ତି |

କିରାଣୀ ବସନ୍ତ ପାଣି ଙ୍କ ବାସ ଭବନ ରେ ସର୍ଚ୍ଚ ଚାଲିଛି | ଲକ୍ଷାଧିକ ଟଙ୍କା ଘରୁ ବାହାରି ଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ | ବର୍ତ୍ତମାନ ମଧ୍ୟ ଭିଜିଲାନ୍ସ ବିଭାଗ ରେଡ କରିଥିବା କିରାଣୀ ବସନ୍ତ କୁମାର ପାଣି ଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିଷୟରେ ଯାଞ୍ଚ କାର୍ଯ୍ୟ ଚାଲୁ ରଖିଛି |