ଭାରତର କୋଭାକ୍ସିନକୁ ମିଳିଲା WHO ମାନ୍ୟତା

0
123

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୦୪/୧୧) : ଶେଷରେ ଭାରତର କୋଭାକ୍ସିନକୁ ମିଳିଲା WHO ମାନ୍ୟତା | ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ବୈଷୟିକ କମିଟି ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।

ଜାନୁଆରୀ ୩ ରୁ ଭାରତରେ କୋଭାକ୍ସିନର ବ୍ୟବହାର ହେଉଛି । ତେବେ ଭାରତ ବାୟୋଟେକ୍ ଏପ୍ରିଲରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ‘WHO’ ନିକଟରେ ଆବେଦନ କରିଥିଲା | ପୂର୍ବରୁ ଫାଇଜର ଓ କୋଭିସିଲଡ୍ ସହ ୬ ଟି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଏବେ ଏଥର ଭାରତର କୋଭାକ୍ସିନକୁ ମିଳିଲା WHO ମାନ୍ୟତା ।

ସେହିପରି କୋଭାକ୍ସିନ ଟିକା ନେଇଥିବା ଲୋକଙ୍କ ପ୍ରବେଶ ଉପରେ କିଛି ରାଷ୍ଟ୍ର ଲଗାଉଥିବା କଟକଣା ଜନିତ ସମସ୍ୟା ମଧ୍ୟ ଆଜିର ସ୍ୱୀକୃତିରେ ସମ୍ଭବତଃ ଶେଷ ହୋଇଛି । କୋଭାକ୍ସିନ ନେଇଥିବା ଭାରତୀୟ ମାନେ ଏବେ ଅଚିନ୍ତାରେ ବିଭିନ୍ନ ରାଷ୍ଟ୍ରକୁ ପ୍ରବେଶ କରିପାରିବେ ବୋଲି ଆଶା କରାଯାଉଛି ।
WHO’ କୋଭାକ୍ସିନକୁ ମାନ୍ୟତା ଦେବା ପୂର୍ବରୁ ଭାରତ ବାୟୋଟେକ ଟିକାର ସୁରକ୍ଷା ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲା । ‘ହୁ’ ଏହା ଉପରେ ସମୀକ୍ଷା କରିବା ପରେ ଶେଷରେ କୋଭାକ୍ସିନକୁ ଅନୁମତି ଦେଇଛି ।

ପୂର୍ବରୁ ଅକ୍ଟୋବର ୨୬ ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ଭାରତ ବାୟୋଟେକକୁ ଅତିରିକ୍ତ ତଥ୍ୟ ମଧ୍ୟ ମଗାଯାଇଥିଲା । ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ ଆରମ୍ଭ କରିଥିଲା ।

ଏହି ବୈଠକରେ କୋଭାକ୍ସିନକୁ ଅନୁମିଳି ମିଳିଛି । ଅନ୍ୟପକ୍ଷରେ କୋଭାକ୍ସିନ ଟିକାକୁ ଇତି ମଧ୍ୟରେ ଅଷ୍ଟ୍ରେଲିଆ, ଗ୍ରୀସ, ଶ୍ରୀଲଙ୍କା, ଇରାନ, ମେକ୍ସିକୋ ସହ ୧୩ ଟି ଦେଶ ଅନୁମତି ଦେଇ ସାରିଛନ୍ତି ।