ବିଜେଡିରେ ସାମିଲ ହେବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ

0
149

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର,(୦୬/୧୧) : ବିଜେଡିରେ ସାମିଲ ହେବେ ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁରରେ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ଓ ତାଙ୍କ ସହ ଅନେକ କର୍ମୀ ବିଜେଡିରେ ମିଶିବେ ।

କିଛି ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଏହି ଅବସରରେ ବିଜେଡିରେ ସାମିଲ ହେବେ ବୋଲି ଯୋଜନା ରହିଛି । ଏଥି ପାଇଁ ନବରଙ୍ଗପୁର ସର୍କିଟ ହାଉସ ପଡ଼ିଆରେ ବ୍ୟାପକ ଆୟୋଜନ ହୋଇଛି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଭର୍ଚୁଆଲ ବୈଠକ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଉଥିବା ବେଳେ ବିଜେଡି ର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ସଭା ସ୍ଥଳରେ ଉପସ୍ଥିତ ରହିବେ ।

ସେପଟେ ପ୍ରଦୀପ ଆଜି ବିଜେଡିରେ ଯୋଗ ଦେବା ସମାଚାର କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୟପୁର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । କେହି ଦଳ ଛାଡ଼ିଲେ କଂଗ୍ରେସକୁ କୌଣସି ଫରକ୍ ପଡ଼ିବନି । କେବଳ ନିର୍ବାଚନ ହାରୁଥିବା ଲୋକେ ଦଳ ଛାଡ଼ୁଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ଅକ୍ଟୋବର ୨୨ ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରଦୀପ ମାଝୀ । ବିଜେଡିରେ ସେ ନିଜ ସମର୍ଥକଙ୍କ ସହିତ ଯୋଗ ଦେବେ ବୋଲି ୨୪ ତାରିଖରେ ପ୍ରଦୀପ ପ୍ରେସ୍‌ମିଟ୍ କରି ଘୋଷଣା କରିଥିଲେ ।