ଆସନ୍ତା ୯ ତାରିଖ ରେ ଲଘୁଚାପ ସମ୍ଭାବନା

0
255

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୦୫/୧୧) : ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ସୂଚନା ଅନୁସାରେ, ଆସନ୍ତା ୯ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏହି ଲଘୁଚାପ କ୍ଷେତ୍ର ଟି ସୃଷ୍ଟି ହେବାର ସମ୍ଭାବନା ରହିଛି । ହେଲେ ଏହା ବିଷୟ ରେ ପାଣିପାଗ ବିଭାଗ ପକ୍ଷରୁ ଅଧିକ କିଛି ସୂଚନା ଦିଆଯାଇ ନାହିଁ । ଏହା ପ୍ରଭାବରେ ରାଜ୍ୟ ରେ କେଉଁ ଜିଲ୍ଲା ରେ ପାଗ ର ପରିବର୍ତ୍ତନ ହେବ ତଥା ବର୍ଷା ର ସମ୍ଭାବନା ଅଛି ସେ ସମ୍ପର୍କରେ ମଧ୍ୟ କିଛି ସୂଚନା ଦିଆଯାଇନି ।