ଡିଏଭି ମହାବିଦ୍ୟାଳୟରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ଅନ ଲାଇନ୍ କ୍ଲାସ ପାଇଁ ନୋଟିସ ଜାରି

0
180

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୦୬/୧୧) : କିଛିଦିନ ର ଅନ୍ତରାଳ ପରେ ମହାମାରୀ କରୋନା ଟିଟିଲାଗଡ ସହରରେ ପୁଣି ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇପଡିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ କେତେ ହେବ ସେ ନେଇ ସ୍ୱତନ୍ତ୍ର ପରକ୍ଷା ଆରମ୍ଭ ହୋଇଛି । ଡିଏଭି ମହାବିଦ୍ୟାଳୟରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ଅନ ଲାଇନ୍ କ୍ଲାସ ପାଇଁ ନୋଟିସ ଜାରି |

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରେ ଜଣେ ଆକ୍ରାନ୍ତ ହୋଇ ଲକ୍ଷଣ ପ୍ରକାଶ ପାଇବା ପରେ ଆଉ ତିନି ଜଣ ଆକ୍ରାନ୍ତ ଚିନ୍ହଟ ହୋଇଥିଲେ । ବର୍ତ୍ତମାନ ପ୍ରଶାସନ ତରଫରୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ବଲାଙ୍ଗୀର ଜିଲ୍ଲାପାଳ ତଥା ଟିଟିଲାଗଡ଼ ଉପଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟ ବିଷୟ ଏହା ଯେ ଏହି ମହାମାରୀ ରେ ଶହ, ଶହ ଛାତ୍ର,ଛାତ୍ରୀ ଅଧ୍ୟୟନ କରୁଥିବା ଏହି ମହାବିଦ୍ୟାଳୟର ୪ ଜଣ ଅଧ୍ୟାପକ ଓ କର୍ମଚାରୀ ସଂକ୍ରମିତ ହେବାପରେ ତାଙ୍କ ସଂସ୍ପର୍ଶରେ ଆସି ଥିବା ସହକର୍ମୀ ମାନେ ଓ ଉକ୍ତ ସମସ୍ତ,ଛାତ୍ର, ଛାତ୍ରୀଙ୍କ ପରୀକ୍ଷଣ ରେ କେତେ ନୂତନ ଚିନ୍ହଟ ହେବେ ସେ ନେଇ ଜଣ ସାଧାରଣ ଚିନ୍ତିତ ଅବସ୍ଥାରେ ଥିବା ଜଣାଯାଇଛି । ପ୍ରଥମେ ୪ ଜଣଙ୍କୁ ଆଇସୋଲେସନରେ ରଖିବା ବଦଳରେ ତାଙ୍କୁ ସଂଗରୋଧରେ ରହିଥିବାକୁ କୁହାଯାଇଥିଲା ।

ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ର ନିର୍ଦ୍ଧେଶ ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଲେଜ ପରିସରରେ ଏକ କ୍ୟାମ୍ପ କରାଯାଇ ସମସ୍ତ ଙ୍କ କୋଭିଡ ପରୀକ୍ଷା କରାଯାଇଥିବା ବେଳେ କଲେଜ କତୃପକ୍ଷ ଆସନ୍ତା ୯ ତାରିଖ ପଯ୍ୟନ୍ତ ସମସ୍ତ ପାଠ ପଢା ବ୍ୟବସ୍ଥା ଅନଲାଇନ୍ ମୋଡ ରେ କରାଯିବା ପାଇଁ ନୋଟିସ ଜାରି କରିଛନ୍ତି ।

ତେବେ ସ୍ଥାନୀୟ ଡି ଏ ଭି କଲେଜ ରେ ମହାମାରୀ ଦସ୍ତକ ଦେବା ସମଗ୍ର ସହର ତଥା ଆଖ, ପାଖ ଗ୍ରାମାଞ୍ଚଳ ର ଛାତ୍ର, ଛାତ୍ରୀ ଓ ଅଭିଭାବକ ଙ୍କ ପାଇଁ ଚିନ୍ତା ଜନକ ସ୍ଥିତି ରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ଓ ସତର୍କତା କୁ ସହରବାସୀ ମାନିବାକୁ ବୁଦ୍ଧିଜୀବୀ ମହଲ ରୁ ନିବେଦନ କରାଯାଇଛି ।