ଗୋଛାପଡ଼ା ଗ୍ରାମ ପଞ୍ଚାୟତ ରେ ଭାରତ କ୍ରିକେଟ ମ୍ୟାଚ ଉଦଯାପିତ

0
220

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୮/୧୧) : ବୌଦ୍ଧ ଜିଲ୍ଲା ର ଗୋଛାପଡ଼ା ଗ୍ରାମ ପଞ୍ଚାୟତ ର ବନ ପାଳି ଭାରତମାତା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି |

ଏହି ବନ ପାଳି ଭାରତମାତା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜୁ ଜନତା ଦଳ ର ଉପ-ସଭାପତି ବିଜୟ କୁମାର ବାରିକ, ଜିଲ୍ଲା ବିଜୁ ଜନତା ଦଳ ର ସମ୍ପାଦକ ଶୁଶିଲ୍ କୁମାର ଓ ଯୁବ ନେତା ବିପିନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବନ ପାଳି ଭାରତମାତା କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଯାପିତ ଦିବସରେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଗୋଛାପଡ଼ା ଗ୍ରାମ ପଞ୍ଚାୟତ ରେ ଓ ଗ୍ରାମାଞ୍ଚଳ ମାନଙ୍କରେ କ୍ରିକେଟ ଖେଳ ର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ଯୁବ ନେତା ବିପିନ ପ୍ରଧାନ ଗୁରୁତ୍ଵ ଆରୋପ କରିଥିଲେ ଏବଂ ବିଜୟ କ୍ରିକେଟ ଦଳକୁ ପୁରସ୍କୃତ କରିଥିଲେ ।