ଗଜପତି ଜିଲ୍ଲା ଉନ୍ନୟନ ପ୍ରକଳ୍ପ ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାସନ ଙ୍କ ପର୍ତାଡ଼ା ଗସ୍ତ

0
234

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର , (୦୯/୧୧) : ଆଜି ଗଜପତି ଜିଲ୍ଲା ଉନ୍ନୟନ ପ୍ରକଳ୍ପ ର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଲୋକନାଥ ଦଳବେହେରା ଆଜି କାଶୀନଗର ବ୍ଲକ୍ ଗସ୍ତ କରିଥିବା ଜଣା ଯାଇଛି ।

ଆଜି ଗଜପତି ଜିଲ୍ଲା ଉନ୍ନୟନ ପ୍ରକଳ୍ପ ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଲୋକନାଥ ଦଳବେହେରା ପାର୍ତଡ଼ା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଗସ୍ତ କରି ଅଂଗନବାଡ଼ି କର୍ମୀ, ଆଶାକର୍ମୀ ଙ୍କୁ ଭେଟି ଥିଲେ । ଶ୍ରୀ ଦଳବେହେରା ସ୍ବାସ୍ଥ୍ୟ କର୍ମୀ ଓ ଶିକ୍ଷକ ମାନଙ୍କୁ ଭେଟି ପୃଷ୍ଟିହିନତା, ସ୍ବଚ୍ଛତା, ପିଇବା ପାଣି ସମ୍ପର୍କରେ ପଚାରି ବୁଝିଥିଲେ । ପାର୍ତଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତରେ ଅନ୍ୟୁନ ୬୦୦୦ ଆଦିବାସୀ ଜୀବନ ଜୀବିକା ଧରି ବାସ କରନ୍ତି । ଏହି ଆଦିବାସୀ ମାନେ ନଳକୂଅ ର ପାଣି ବ୍ୟତୀତ ଝରଣା ପାଣି ମଧ୍ୟ ପାଇଥାନ୍ତି । ପାର୍ତଡ଼ା ପଞ୍ଚାୟତ ର ଉନ୍ନତି ପାଇଁ ଶ୍ରୀ ଦଳବେହେରା ଆଗ୍ରହ ପ୍ରକାଶ କରିଥିଲେ ।