ବିଶୁଦ୍ଧ ପାଣି ଟିକେ ପାଇବା କାଶୀନଗର ପୌର ପରିଷଦ ପାଇଁ ସ୍ବପ୍ନ

0
226

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୦୯/୧୧) : ଏବେ କିଛିଦିନ ହେଲା କାଶୀନଗର ସହରର ପିଇବା ପାଣି ଯୋଗାଣ ବ୍ୟବସ୍ଥା ଠପ ହୋଇଯାଇଛି । ବିଶୁଦ୍ଧ ପାଣି ଟିକେ ପାଇବା ପାଇଁ ଲୋକେ ଡହଳ ବିକଳ ହେଉଥିବା ଦେଖାଯାଇଛି ।16e218d1 fbf4 4799 b253 0093bf8450d1 ବିଶୁଦ୍ଧ ପାଣି ଟିକେ ପାଇବା କାଶୀନଗର ପୌର ପରିଷଦ ପାଇଁ ସ୍ବପ୍ନ

ଆଜି ସକାଳେ ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଯୋଗାଇ ଦିଆଯାଉଥିବା ପାଣିର ଅବସ୍ଥା ଏଭଳିକି ଯାହା ପିଇବା ପାଇଁ ଅନୁପଯୁକ୍ତ । ଏହି ପାଣିରେ ମାଟି,କାଦ,ଏବଂ ନାଳ ଫଟା ପାଣି | ଏହି ପାଣିରେ ମିଶିଥିବା ଯୋଗୁଁ ଲୋକେ ବିଶୁଦ୍ଧ ପାଣି ଟିକେ ପାଇବା ପାଇଁ ପୁନର୍ବାର ନଦୀ ଉପରେ ଭରସା କରିବା ଛଡ଼ା ଅନ୍ୟ ଉପାୟ ନାହିଁ । ଏ ସଂପର୍କରେ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ସହକାରୀ ଯନ୍ତ୍ରୀଙ୍କୁ ଦେଖା କରନ୍ତୁ ବୋଲି ଓଲଟା ସମସ୍ୟାର ସମାଧାନ ନ କରି ନିଜ ଦୋଷ ଅନ୍ୟ ମୁଣ୍ଡରେ ଦେଉଛନ୍ତି । ଆଗାମୀ ଦୁଇ ଦିନ ମଧ୍ୟରେ ପିଇବା ପାଣି ସମସ୍ୟାର ସମାଧାନ ନ କଲେ ସଚେତନ ନାଗରିକ ମଞ୍ଚ ଆନ୍ଦୋଳନ କରିବ ବୋଲି ଧମକ ଦେଇଛି |