ଇମ୍ଫା କାରଖାନାର ୬୦ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଆୟୋଜିତ

0
239

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ଥେରୁବାଲି,(୧୩/୧୧) : ଇମ୍ଫା କାରଖାନାର ୬୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ନିର୍ବାହୀ ସଂସ୍ଥା” ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ “ଓ ଇମ୍ଫା ର ମଳିତ ସହଯୋଗରେ ଗୋପବନ୍ଧୁ ନଗରସ୍ଥିତ ଇମ୍ଫା ଏମ୍ପ୍ଲୟୀସ କ୍ଲବ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରା ଯାଇଥିଲା ।

ଇମ୍ଫା କାରଖାନାର ୬୦ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏହି ଶିବିରକୁ ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ର ଅଧିକାରୀ ଓ କର୍ମଚାରୀମାନେ ପରିଚାଳନା କରିଥିଲେ । ଏହି ଶିବିରକୁ ଥେରୁବାଲି ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମତୀ କମଳା ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଇମ୍ଫାର କାର୍ଯ୍ୟନିର୍ବାହୀ ଉପସଭାପତି ଶ୍ରୀମାନ କେ.ଭି. ରାଓ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଇମ୍ଫାର ଉପମୁଖ୍ୟ ପ୍ରବନ୍ଧକ ଶ୍ରୀମାନ କଲୋଲ କୁମାର ନାୟକ , ବରିଷ୍ଠ ପ୍ରବନ୍ଧକ କର୍ମିକ , ଇମ୍ଫା ଡାକ୍ତରଖାନା ର କର୍ମଚାରୀମାନେ ଉପସ୍ତୁତ ରକ୍ତଦାତା ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଇମ୍ଫା ର ଲୋକ ସମ୍ପର୍କ ବିଭାଗ ର ବରିଷ୍ଠ ପ୍ରବନ୍ଧକ ଶ୍ରୀମାନ ଶକ୍ତି ପ୍ରସାଦ ପାଣିଗ୍ରାହୀ ନେତୃତ୍ୱରେ ବିଭାଗୀୟ କର୍ମକର୍ତ୍ତାମାନେ ଶିବିର ପରିଚାଳନା କରିଥିଲେ ।c5090710 4f6c 4bde b880 f1cd3ad5b8dc ଇମ୍ଫା କାରଖାନାର ୬୦ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଆୟୋଜିତ

ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟବ୍ୟକ୍ତି ଶ୍ରୀମାନ ଜଗଦୀଶ ମହାପାତ୍ର , ଶ୍ରୀମାନ ଅଶୋକ ହିକକା ଓ ପଲ୍ଲୀ ବିକାଶ ସ୍ବେଛାସେବୀ ସଂସ୍ଥା ର ନିର୍ଦେଶକ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଶ୍ରୀମାନ ନିରଞ୍ଜନ ସାହୁ , ସିଲେଇ ଶିକ୍ଷା କେନ୍ଦ୍ରର ପ୍ରଶିକ୍ଷକ ଶ୍ରୀମାନ କଣ୍ଡୁରୁ ଅପନା ଓ ଶିକ୍ଷାର୍ଥୀ ସୁଶ୍ରୀ ରତ୍ନାଲୁ , ମାଳତୀ , କବିତା ,ଇମ୍ଫା ନିରାପତ୍ତା ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସ୍ୱେଚ୍ଛାସେବୀ ଭାବେ ସହଯୋଗ କରିଥିଲେ ।

ସ୍ଥାନୀୟ ଯୁବକଗଣ ଓ ଇମ୍ଫାର କର୍ମଚାରୀ ମାନେ ମିଳିତଭାବେ ୫୬ ୟୁନିଟ ରକ୍ତଦାନ କରିଥିଲେ ।